Advertisements
Thursday, July 9, 2020
Home 5 T programme ରାୟଗଡା ଜିଲ୍ଲାପାଳଙ୍କ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ରାୟଗଡା ଜିଲ୍ଲାପାଳଙ୍କ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ରିପୋର୍ଟ: ଦେବେନ୍ଦ୍ର ନାୟକ
କାଶୀପୁର(୧୨/୧୦): କାଶୀପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଜି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଗସ୍ତ କରିଥିବା ବେଳେ ତାଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼. ଆର୍ତ୍ତବନ୍ଧୁ ନାୟକ, ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡ଼. ବି.ଏଲ.ଏ. ପୃଷ୍ଟି ଉପସ୍ଥିତ ଥିଲେ | ଏହି ପରିପ୍ରେକ୍ଷୀରେ କାଶୀପୁର ଡାକ୍ତରଖାନାରେ ନୂତନ ଗୃହ ନିର୍ମାଣ ତଥା ଏକ୍ସରେ ମେସିନ ସହ କିଭଳି ଅଧିକ ଉନ୍ନତ୍ତର କରାଯିବ ତାହା ଉପରେ ଦୃଷ୍ଟି ନିକ୍ଷେପ କରିଥିଲେ |

ଏହି ଅବସରରେ କାଶୀପୁର ଗ୍ରାମବାସୀ ମାନେ ଡାକ୍ତରଖାନା ପରିସରରେ ଏକ ଡାକ୍ତରଙ୍କ ବାସଗୃହ ନିର୍ମାଣ କରିବା ପାଇଁ ଦାବି କରିଥିଲେ | ଏହି ଡାକ୍ତରଖାନାରେ ଲେବୋରେଟୋରି ଟେକନିସିଆନ ଗତ ବର୍ଷେ ହେଲା ଅବସର ନେଇଯାଇଥିବା ବେଳେ ଏ ଜବତ କୌଣସି ଲେବୋରେଟୋରି ଟେକନିସିଆନ ନିଯୁକ୍ତି ନିଆଯାଇ ନ ଥିବା ନେଇ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ | ସୂଚନା ଥାଉକି ଯେ ଏହି ଗୋଷ୍ଠୀ କେନ୍ଦ୍ର ପ୍ରାୟ ୫୦୦ ଗ୍ରାମର ଲୋକଙ୍କୁ ସେବା ଯୋଗାଇ ଆସୁଥିଲେ ମଧ୍ୟ ଏଠାରେ କୌଣସି ଏକ ବିଶେଷଜ୍ଞ ଡାକ୍ତର ନ ଥବିଆ ନେଇ ଗ୍ରାମବାସୀ ଅସନ୍ତୋଷ ଜାହିର କରିଥିଲେ | ସବୁବେଳେ ସମସ୍ତ ଜିଲ୍ଲା ସ୍ତରୀୟ ଏବଂ ରାଜ୍ୟ ସ୍ତରରେ କାଶୀପୁର ବ୍ଲକକୁ ଅଧିକ ଗୁରୁତ୍ୱ ଦେଉଥିବା ଅଧିକାରୀ ମାନେ ମନ୍ତବ୍ୟ ଦେଉଥିବା ବେଳେ କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯେଭଳି ସୁବିଧା ରହିବା କଥା ତାହା ନାହିଁ | ଏଥିପ୍ରତି ଜିଲ୍ଲାପାଳ ଶ୍ରୀ ବେହେରା କହିଛନ୍ତି ଏହି ସମସ୍ତ ସମସ୍ୟାର ସମାଧାନ ପାରୁପର୍ଯ୍ୟନ୍ତ କରାଯିବ ଓ ନୂତନ ଗୃହ ନିର୍ମାଣ କରି ଡାକ୍ତରଙ୍କୁ ମେଡିକାଲ ପରିସରରେ ରଖାଯିବ ବୋଲି ପ୍ରକାଶ କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜେନିତ୍ ମହାବିଦ୍ୟାଳୟ ପଦ୍ମପୁରରେ ବନ ମହୋତ୍ସବ ସପ୍ତାହ ପାଳିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର(ତା ୮ ୵ ୭ ୵ ୨୦୨୦): ପଦ୍ମପୁର ଜେନିତ ମହା ବିଦ୍ୟାଳୟ ତରଫରୁ ବନ ବିଦ୍ୟାଳୟର ସପ୍ତାହ ପାଳିତ ହୋଇଯାଇଛି ।...

ସଙ୍ଗୀତ ନିର୍ଦ୍ଦେଶକ ବୃନ୍ଦାବନ ମେହେରଙ୍କ ସଫଳତା

ରିପୋର୍ଟ : ଦ୍ରୌପଦ ନାୟକ //ବଙ୍ଗୋମୁଣ୍ଡା,ବଲାଙ୍ଗୀର (୦୮/୦୭): ସଙ୍ଗୀତ ଜଗତ ର ସଫଳ ନିର୍ଦେଶକ ବୃନ୍ଦାବନ ମେହେର।ପଶ୍ଚିମ ଓଡ଼ିଶା ର ସଙ୍ଗୀତ କହିଲେ ସାଧାରଣତଃ ସମ୍ବଲପୁରୀ ଗୀତ କୁ...

ବେଗୁନିଆପଡା ବ୍ଲକର ବିଭିନ୍ନ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଜୋନ ଘୋଷଣା

ରିପୋର୍ଟ: ରାକେଶ ମହାରଣା //କୋଦଳା(୦୮/୦୭): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ମହାମାରୀ ବୃଦ୍ଧି ପାଉଥିବା ବେଳେ ଏହି କ୍ରମରେ ବେଗୁନିଆପଡା ବ୍ଲକରେ ମଧ୍ୟ ଦିନକୁ ଦିନ କରୋନା...

ଅବକାରୀ ବିଭାଗ ର ଚଢ଼ାଉ, ବିପୁଳ ପରିମାଣ ପୋଚ୍ଚ ଓ ଦେଶୀ ମଦ ଜବତ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା (୦୮/୦୭): ରାୟଗଡା ଜିଲ୍ଲାରେ ଚରାମଦ କାରବାର ବୃଦ୍ଧି ପାଉଥିବା ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା ଏବଂ...

Recent Comments

%d bloggers like this: