Friday, March 29, 2024

Top 5 This Week

Related Posts

ଜୁନିଅର ଛାତ୍ର ଙ୍କୁ ମାଡ଼ ମାରିଲେ ସିନିଅର ଛାତ୍ର : ସ୍କୁଲରେ ଉତେଜନା

ରିପୋର୍ଟ : ଜଗଦୀଶ ଦାଶ
ଦାରିଙ୍ଗବାଡ଼ି, (୧୨/୧୧) : ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧିନରେ ଥିବା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ୪ ଜଣ ଜୁନିଅର ଛାତ୍ର ଙ୍କୁ ଦୁଇ ଜଣ ସିନିଅର ଛାତ୍ର ମାଡ଼ ମାରିଥିବା ଭିଡିଓ ଏବେ ମୋବାଇଲ କୁ ମୋବାଇଲ ଭାଇରାଲ ହେବା ସହ ଏହାକୁ ନେଇ ସ୍କୁଲ ଆଗରେ ଉତେଜନା ଦେଖାଦେଇଛି ।

ଏହି ଭିଡିଓକୁ ହଜାର ହଜାର ଲୋକ ଦେଖିସାରିଲେଣି । ଏଥି ସହିତ କିଛି ଲୋକ ଏହି ଭାଇରାଲ ଭିଡିଓକୁ ନେଇ ଜିଲ୍ଲାପାଳ ଠାରୁ ଆରମ୍ଭ କରି ଅନ୍ୟ ବିଭାଗକୁ ଟ୍ୱିଟ ମଧ୍ୟ କରିସାରିଲେଣି । ଜୁନିଅର ଛାତ୍ର ଙ୍କୁ ସିନିଅର ଛାତ୍ର ମାନେ ନିର୍ଦୟ ଭାବେ ମାଡ଼ ମାରିବା ଅସଭ୍ୟ ଭାଷାରେ ମଧ୍ୟ ଗାଳିଗୁଳଜ କରୁଛନ୍ତି । ମାଡ଼ ମାରିବା ପରେ ଭିଲିଆନ ଭଳି ଅଭିନୟ ମଧ୍ୟ କରୁଛନ୍ତି । ଆଉ ଏହି ଭଳି ଅମାନୁଷିକ କାର୍ଯ୍ୟକୁ ଅନ୍ୟ ପିଲା ମାନେ ଦେଖି ଏହାର ମଜା ମଧ୍ୟ ନେଉଛନ୍ତି । ହେଲେ କେହି ପ୍ରତିବାଦ କରୁନଥିବା ଦେଖିବାକୁ ମିଳୁଛି । ଅନ୍ୟପକ୍ଷେ ଛାତ୍ରାବାସରେ ମୋବାଇଲ ପ୍ରବେଶ ବେଆଇନ ଥିବା ସତ୍ତ୍ୱେ ମୋବାଇଲ ଭିତରକୁ କିଭଳି ଗଲା,ଦାୟିତ୍ୱରେ ଥିବା କତ୍ତୃପକ୍ଷ କିଭଳି ଜାଣିପାରିଲେ ନାହିଁ ତାହା ଏବେ ତଦନ୍ତ ସାପେକ୍ଷ ।

ଅନ୍ୟପକ୍ଷରେ ମାଡ଼ ମାରିଥିବା ପିଲାଙ୍କୁ ଛାତ୍ରବାସ ରୁ ବାହାର କରାଯାଇଥିବା ଜଣାପଡ଼ିଛି । ଘଟଣା କୁ ନେଇ ଉଭୟଙ୍କ ଅଭିଭାବକ, ସ୍କୁଲ କମିଟି, ଶିକ୍ଷକ, ବ୍ଲକ ମଙ୍ଗଳ ଅଧିକାରୀଙ୍କୁ ନେଇ ଏକ ବୈଠକ ଚାଲିଛି । ବୈଠକରେ କୌଣସି ପ୍ରକାର ସମାଧାନ ହୋରପାରିନାହିଁ । ସ୍କୁଲ ଆଗରେ ଲୋକଙ୍କ ଭିଡ଼ ଜମିଥିବା ବେଳେ ଉତେଜନା ଦେଖାଦେଇଛି । ଘଟଣା ସ୍ଥଳରେ ପୋଲିସ ଫୋର୍ସ ମୃତୟନ ହୋଇଥିବା ଦେଖିବାକୁ ମିଳିଛି । ବିସ୍କୁଟକୁ ନେଇ ଜୁନିଅର ଛାତ୍ର ମାନଙ୍କୁ ସିନିଅର ଛାତ୍ର ମାନେ ମାଡ଼ ମାରିଥିବା ପ୍ରାଥମିକ ସୂଚନା ରହିଛି ।

Popular Articles