ଡୁଡୁକିଝରିଆ କ୍ରିକେଟ କପ: ଉପରବାହାଲ ଚମ୍ପିୟାନ

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୧୪/୧୦): ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ଖେଳ ପଡିଆ ଚାଲିଥିବା ୬ଷ୍ଠ ଡୁଡୁକିଝରିଆ କପ ଉଦଯାପିତ ହୋଇଯାଇଛି । ଡୁଡୁକିଝରିଆ ଓ ଉପରବାହାଲ ମଧ୍ୟରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଡୁଡୁକିଝରିଆ ପ୍ରଥମ ବ୍ୟାଟିଂ କରି ୫୯ରନ ସଂଗ୍ରହ କରିଥିଲେ ।

ମଣ୍ଟୁ ଷଡ଼ଙ୍ଗୀ ୧୬ ଓ ଭଗବାନ ବରିହା ୧୨ରନ ସହାୟତାରେ ୬୦ରନ ବିଜୟ ଲକ୍ଷ୍ୟକୁ ନେଇ ଉପରବାହାଲ ଦଳ ଦେବ ତାଣ୍ଡି ୨୫ ଓ ଜିତୁ ସାହୁ ୧୩ ରନ ବଳରେ ଚମ୍ପିୟାନ ହୋଇଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ବ୍ଳକ ଚେୟାରମେନ ଅଲତାଫ ମହମ୍ମଦ ଓ ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ବିଶ୍ବନାଥ ବାଗ ଉପସ୍ଥିତ ଥାଇ ବିଜେତା ଓ ଉପବିଜେତାକୁ ପୁରସ୍କୃତ କରିଥିଲେ। ଛିନ୍ଦେଇକେଲା ସରପଞ୍ଚ ରାମ ଚନ୍ଦ୍ର ସାହୁ, ସମାଜସେବୀ ଶରତ ତାଣ୍ଡି, ନରସିଂଙ୍ଗ ଷଡ଼ଙ୍ଗୀ,ବିପିନ ସାହୁ,ଗିରିଶ ମାଝୀ, ରବିନ୍ଦ୍ର କାଲୋ,ସୁରଥ ଭୋଇ,ପାନାଲାଲ ବାଗ ସମ୍ମାନିତ ଅତିଥି ରୂପେ ମଞ୍ଚାସୀନ ଥିଲେ। ଦେବ ତାଣ୍ଡି ମ୍ୟାନ ଅଫ ଦି ମ୍ୟାଚ ଓ ମଣ୍ଟୁ ଷଡ଼ଙ୍ଗୀ ମ୍ୟାନ ଅଫ ଦି ସିରିଜ ପାଇଥିଲେ। ଗପୁ ଅଗ୍ରୱାଲ ଓ ମହେଶ ଅଗ୍ରୱାଲ ଖେଳ ପରିଚାଳନା କରିଥିଲେ। ଦଳଗଞ୍ଜନ ମାଝୀ ସ୍କୋରର ଥିବା ବେଳେ ରତ୍ନାକର ମାଝୀ ଧାରାବିବରଣୀ ଦେଇଥିଲେ। ବିକି ସରାଫ, ଦୀପକ ସରାଫ,ଘନ ଭୋଇ, ଗଙ୍ଗା ବଚ୍ଛା, ପ୍ରଦୀପ ନାଗ,ଅପୁ ଦାଶ ପ୍ରମୁଖ ସହଯୋଗ କରିଥିବା ବେଳେ ତ୍ରିନାଥ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.