ଗର୍ଭବତୀ ମହିଳାଙ୍କୁ ଚଳାଇ ଚଳାଇ ନେଲେ ମା ଘର ଏନଜିଓ ସଂସ୍ଥା “ପୁଷ୍ପକ”

ରିପୋର୍ଟ: ରାଜକମଲ ପୁରୋହିତ
ଚିତ୍ରକୋଣ୍ଡା (୧୩/୧୦): ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ହାଂଜରିଆଗୁଡା ଗ୍ରାମରୁ ଜଣେ ଗର୍ଭବତୀ ମହିଳା ୫ ରୁ ୬ କିମି ଖାଲିପାଦରେ ଚଳାଇ ଚଳାଇ ଚିତ୍ରକୋଣ୍ଡା ହସ୍ପିଟାଲକୁ ଆଣିଲେ ମା ଗୃହରେ କାମ କରୁଥିବା ମହିଳା ଜଣକ | ଚିତ୍ରକୋଣ୍ଡା ହସ୍ପିଟାଲ ରେ ୩ବର୍ଷ ଧରି ଏକ ପୁଷ୍ପକ ଏନଜିଓ ମା ଗୃହ ଖୋଲି କାମ କରିଆସୁଛି |

କିନ୍ତୁ ଏହି ଏନଜିଓ ସଂସ୍ଥା ଉପରେ ପ୍ରଶାସନ ର ଦୃଷ୍ଟି ପଡୁନାହିଁ | ପୂର୍ବରୁ ଏହି ଏନଜିଓ ନାମ ରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କାହାରି ଦୃଷ୍ଟି ପଡୁ ନ ଥିବା ଦେଖିବାକୁ ମିଳିଛି | ହାଂଜରିଆଗୁଡା ର ମଲାଣି ସୀସା ନାମକ ଜଣେ ଗର୍ଭବତୀ ମହିଳାଙ୍କ ବାଟରେ ଚଳାଇ ଚଳାଇ ଆଣୁଥିବା ଦେଖିବାକୁ ମିଳିଥିଲା | ଏ ବିଷୟରେ ପଚାରିବାରୁ ସେହି ଏନଜିଓରେ କାମକରୁଥିବା ମହିଳା ଜଣେ କହିଥିଲେ କି ମେଡିକାଲ୍ରେ ଆମ୍ବୁଲାନ୍ସ ନାହିଁ ଏବଂ କୌଣସି ଅଟୋ କି ଗାଡି ମଧ୍ୟ ରାସ୍ତାରେ ମିଳି ନ ଥିଲା | ଯାହା ଫଳରେ ସେ ଗର୍ଭବତୀ ମହିଳାଙ୍କୁ ଚଳାଇ ଚଳାଇ ଆଣିଥିଲେ | ଇତିମଧ୍ୟରେ ଆମେ ହସ୍ପିଟାଲ ରେ ସେହି ଗର୍ଭବତୀ ମହିଳାଙ୍କ ବିଜୁଆଲ ନେଉଥିବା ସମୟରେ ଏନଜିଓରେ କାମ କରୁଥିବା ସୁନିତା ସେଠି (କୋଅର୍ଡିନେଟର ) ପ୍ରତିବନ୍ଧକ ସାଜୁଥିଲେ | ଗର୍ଭବତୀ ମହିଳାଙ୍କ ପାଇଁ ଅନେକ ଯୋଜନା ସରକାର କରିଛନ୍ତି କିନ୍ତୁ ପୁଷ୍ପକ ଏନଜିଓ ଭଳି ଅନେକ ଏନଜିଓ ଠିକ କାମ କରୁ ନ ଥିବା ଚର୍ଚ୍ଚା ହେଉଛି |

Comments are closed.