Friday, March 29, 2024

Top 5 This Week

Related Posts

ସୁବର୍ଣ୍ଣପୁର ଚରଦା ମନ୍ଦିର ଚୋରୀ ଘଟଣା : ରାସ୍ତାରୋକ କଲେ ଅଞ୍ଚଳବାସୀ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୦/୧୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଚରଦା ଶ୍ରୀ ଶ୍ରୀ କପିଳେଶ୍ଵର ମନ୍ଦିର ର ଦାନବାକ୍ସ ରୁ ଗତ ଅକ୍ଟୋବର ୨୨ ତାରିଖ ରାତିରେ ସୁବର୍ଣ୍ଣପୁର ଚରଦା ମନ୍ଦିର ରେ ଚୋରୀ ହୋଇଥିବା ଘଟଣା କୁ ଆଜି ୧୯ ଦିନ ବିତି ଯାଇଥିଲେ ମଧ୍ୟ ଚୋର ମାନଙ୍କୁ ଧରିବାକୁ ବିନିକା ପୁଲିସ ବିଫଳ ହୋଇଛି ।WhatsApp Image 2022 11 11 at 09.18.36 1 ସୁବର୍ଣ୍ଣପୁର ଚରଦା ମନ୍ଦିର ଚୋରୀ ଘଟଣା : ରାସ୍ତାରୋକ କଲେ ଅଞ୍ଚଳବାସୀ

ସୁବର୍ଣ୍ଣପୁର ଚରଦା ମନ୍ଦିର ଚୋରୀ ଘଟଣା କୁ ନେଇ ଆଜି ମନ୍ଦିର ଟ୍ରଷ୍ଟବୋର୍ଡ ଓ ଅଞ୍ଚଳବାସୀ ଙ୍କ ପକ୍ଷରୁ ଆଜି ବିନିକା – ସୋନପୁର ରାସ୍ତାର ଉର୍ଲେ ଚୌକି ଜୋରେ ଛକ ଠାରେ ରାସ୍ତାରୋକ କରାଯାଇଥିଲା । ସକାଳ ୭ ଟା ରୁ ରାସ୍ତାରୋକ ଆରମ୍ଭ ହୋଇଥିବା ବେଳେ ଏହା ୫ ଘଣ୍ଟା ଧରି ଚାଲିଥିଲା । ପରେ ପୁଲିସ ର ଲିଖିତ ପ୍ରତିଶୃତି ପରେ ଦିନ ୧୨ ଟା ସମୟରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି ।

ପ୍ରକଶ ଥାଉକି ବିନିକା ଅଞ୍ଚଳରେ ଚୋରୀ ଡକାୟତି ବୃଦ୍ଧି ପାଉଥିବା ବେଳେ ଚରଦା ମନ୍ଦିର ରୁ ୨ ଥର ଚୋରୀ ହୋଇଥିଲେ ସୁଦ୍ଧା ପୁଲିସ ଚୋର ମାନଙ୍କୁ ଧରି ପାରୁନାହିଁ । ମନ୍ଦିର ଟ୍ରଷ୍ଟ ପକ୍ଷରୁ ଗତ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ରେ ଚୋରୀ ବିଷୟରେ ଜିଲ୍ଲପାଳ ଙ୍କ ଜରିଆରେ ଭୁବନେଶ୍ୱର ପୁଲିସ ମହା ନିର୍ଦ୍ଦେଶକ ଙ୍କୁ ଜଣା ଯାଇଥିଲା । ତଥାପି ମଧ୍ୟ ପୁଲିସ ଚୋର ମାନଙ୍କୁ ଧରି ପାରୁନାହିଁ ।

ସେହିପରି ଗତ ୨୦୧୨ ମସିହା ରେ ମଧ୍ୟ ଚରଦା ମନ୍ଦିର ରୁ ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରୀ ହୋଇଥିଲା । ସେହି ସମୟରେ ମଧ୍ୟ ପୁଲିସ ଚୋର ମାନଙ୍କୁ ଧରି ପାରିନଥିଲା । ଏଥି ଯୋଗୁଁ ପୁଲିସ ପ୍ରତି ଅଞ୍ଚଳବାସୀ ଙ୍କ ମଧ୍ୟରେ ଅସନ୍ତୋଷ କୁହୁଲୁଥିଲା । ତେଣୁ ଆଜି ବାଧ୍ୟ ହୋଇ ସକାଳ ୭ ଘଣ୍ଟାରୁ ସୋନପୁର- ବିନିକା ରାସ୍ତା ଉଲ୍ଲେ ଚୌକିଜୋର ଛକ ଠାରେ ରାସ୍ତାରୋକ କରାଯାଇଥିଲା । ବହୁ ସଂଖ୍ୟା ରେ ଯାନ ବାହାନ ରାସ୍ତା କଡରେ ଅଟକି ରହିଥିଲା । ଖବର ପାଇ ଘଟଣା ସ୍ଥଳକୁ ଏସଡିପିଓ ପୁଷ୍ପାଞ୍ଜଳି ନିଗ୍ନୀ, ଆଇଆଇସି ପବିତ୍ର ସାହୁ, ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ।WhatsApp Image 2022 11 11 at 09.18.36 ସୁବର୍ଣ୍ଣପୁର ଚରଦା ମନ୍ଦିର ଚୋରୀ ଘଟଣା : ରାସ୍ତାରୋକ କଲେ ଅଞ୍ଚଳବାସୀ

ଆନ୍ଦୋଳନକାରୀ ଓ ପ୍ରଶାସନ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହେବାପରେ ପୁଲିସ ୨୫ ଦିନ ମଧ୍ୟରେ ଚୋର ମାନଙ୍କୁ ଧରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଲିଖିତ ପ୍ରତିଶୃତି ଦେବାପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା । ଏହି ରାସ୍ତାରୋକ ରେ ମନ୍ଦିର ଟ୍ରଷ୍ଟ ବୋର୍ଡ କମିଟି ସଭାପତି ଅଶୋକ ପୃଷ୍ଟି ଙ୍କ ନେତୃତ୍ୱରେ ସେବାୟତ, ଗ୍ରାମବାସୀ ଓ ଅଞ୍ଚଳର ଜନସାଧାରଣ ସାମିଲ ଥିଲେ ।

Popular Articles