ଡାଇରିଆ ଆକ୍ରାନ୍ତରେ ଦୁଇ ମୃତ, ସାତ ଅସୁସ୍ଥ

ରିପୋର୍ଟ: କପିଳେନ୍ଦ୍ର ଦେବ ସାମନ୍ତରାୟ
ଲମତାପୁଟ (୧୩/୧୦): ଗତ ଦୁଇ ଦିନ ମଧ୍ୟରେ ଡାଇରିଆ ଆକ୍ରାନ୍ତ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସାତ ଜଣ ମହିଳା ଗୁରୁତର ଅବସ୍ଥାରେ ଅଛନ୍ତି । ଘଟଣା କ୍ରମେ ଲମାତାପୁଟ ବ୍ଲକ ଅନକାଡିଲି ପଞ୍ଚାୟତ ହନୁମାଳ ଗ୍ରାମରେ ଗତ ଗୁରୁବାର ଦିନ ଏକ ମହିଳା ଗୁରୁବାରି ଶିସା ୬୦ ନାମକଙ୍କର ମୃତ୍ୟୁ ହେଇଥିଲା ।

ଗ୍ରାମବାସି ଏହାକୁ ସ୍ଵାଭାବିକ ମୃତ୍ୟୁ ଭାବି ଚୁପ୍ ରହି ଯାଇଥିଲେ। କିନ୍ତୁ ଆଜି ହଠାତ ଜଣେ ୧୦ବର୍ଷର ବାଳିକା ଲଳିତା ବଡ଼ ନାୟକର ଅସୁସ୍ଥ ହେବାପରେ ସକାଳ ୮ସମୟରେ ମୃତ୍ୟୁ ଘଟିଛି । ଏନେଇ ଆମେ କିଛି ଗ୍ରାମବାସି ରାମଚନ୍ଦ୍ର ସିଶା, ବୁଦୁ ବଡ଼ ନାୟକ, ସନ୍ୟାସୀ ଖରାଙ୍କୁ ପଚାରିବାରୁ ସେମାନେ କହିଛନ୍ତି କି ଆମ ପ୍ରୋଜେକ୍ଟ ଡାକ୍ତରଖାନା ଅନକାଡିଲିରେ ଡକ୍ଟର ନ ଥିବାରୁ ଆଜି ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ଘଟିଛି । ଡକ୍ଟର ନ ଥିବା ନେଇ ଆମେ ଦେଢ଼ ମାସ ପୂର୍ବରୁ ଜିଲ୍ଲପାଳ ଓ ସିଡିଏମଓଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଥିଲୁ କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଆମ ଗୁହାରି ଶୁଣିନାହାନ୍ତି ବୋଲି ପ୍ରକାଶ କରିଥିଲେ । ଲମାତାପୁଟ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ଏଠାରେ ଆଜି ବି ଦିସାରି ଗୁଣିଆଙ୍କୁ ସମ୍ପୂର୍ଣ୍ଣ ଭାବରେ ନିର୍ଭର କରନ୍ତି । ଯଦି ଠିକ୍ ସମୟରେ ମୃତ ଲଳିତାଙ୍କୁ ଆଜି ଦିସାରୀ ଗୁଣିଆଙ୍କ ଦ୍ଵାରା ଚିକିତ୍ସା ନ କରାଯାଇ ମେଡିକାଲ୍ ନିଆଯାଇ ଚିକିତ୍ସା କରା ଯାଇଥାନ୍ତା ନିଶ୍ଚିତ ଭାବେ ଦୁଇଟି ଅମୁଲ୍ୟ ଜୀବନ ବଂଚାଯାଇପାରିଥାନ୍ତା |

Comments are closed.