Related Contents

ସର୍ବଭାରତୀୟ ଛିନ୍ଦେଇକେଲା ରୌପ୍ୟ ଜୟନ୍ତୀ କପ ପାଇଁ ସାମ୍ବାଦିକ ସମ୍ମିଳନୀ

ରିପୋର୍ଟ: ନିରଜକୁମାର ପାଣି
ପାଇକମାଳ(୧୨/୧୦): ସର୍ବଭାରତୀୟ ଛିନ୍ଦେଇକେଲା ରୌପ୍ୟ ଜୟନ୍ତୀ କପ ପାଇଁ ଆଜି ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି | ଏଥିରେ କ୍ଲବ ର ସମସ୍ତ କର୍ମକର୍ତ୍ତାଙ୍କ ସହ ଅନ୍ୟାନ୍ୟ ଅତିଥି ମାନେ ଯୋଗଦେଇ ଥିଲେ |

ଏ ବର୍ଷର ପ୍ରଯୋଜକ ମାନେ ହେଲେ ଜିନ୍ଦଲ କ୍ଲଥ ଷ୍ଟୋର, ହିରୋ ମୋଟର୍ସ, ଟି ଭି ଏସ ମୋଟର୍ସ, ବଜାଜ ମୋଟର୍ସ, ଆଦର୍ଶ ଇଣ୍ଡେନ ଗେସ ଏବଂ ଓଁ ଷ୍ଟୋର | ଜିନ୍ଦଲ କ୍ଲଥ ଷ୍ଟୋର ପକ୍ଷରୁ ଅଶୋକ ଜିନ୍ଦଲ, ଓଁ ଷ୍ଟୋରର ମାଲିକ ଶତ୍ରୁଘନ ସାହୁ, ଆଦର୍ଶ ଇଣ୍ଡେନ ଗେସ ର ମାଲିକ ସୌଦାଗର ସାହୁ, ହିରୋ ମୋଟର୍ସ ପକ୍ଷରୁ ଆନନ୍ଦ ଅଗ୍ରୱାଲ, ମଙ୍ଗଳ ଟି ଭି ଏସ ର ମାଲିକ ସୁମିତ ଅଗ୍ରୱାଲ ଉପସ୍ଥିତ ଥିଲେ | ଏ ବର୍ଷ ଦେଶ ଭିତରୁ ବଛା ବଛା ଆଠଟି ଟିମ କୁ ନେଇ ଟୁର୍ଣ୍ଣାମେଣ୍ଟ କରାଯିବ ବୋଲି କୁହାଯାଇଛି | ବିଜେତା ଦଳକୁ ୬୧ହଜାର ଟଙ୍କା ଏବଂ ଉପବିଜେତା ଦଳକୁ ୪୧ହଜାର ଟଙ୍କା ଦିଆଯିବ ବୋଲି କ୍ଲବ ସମ୍ପାଦକ ଆନନ୍ଦ ସାହୁଙ୍କ ଠାରୁ ପ୍ରକାଶ | ରୌପ୍ୟ ଜୟନ୍ତୀକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଏକ ମହିଳା ପ୍ରଦର୍ଶନୀ ମ୍ୟାଚ ଆୟୋଜନ ର ପ୍ରୟାସ କରାଯାଉଛି ବୋଲି କ୍ଲବର ସଭାପତି ପ୍ରଶାନ୍ତ କୁମାର ସାହୁଙ୍କ ଠାରୁ ପ୍ରକାଶ | ଶେଷରେ ପତିତପାବନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

This site uses Akismet to reduce spam. Learn how your comment data is processed.