ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ଅଚାନକ କୋଦଳା ମେଡିକାଲ୍ ପରିଦର୍ଶନ

ରିପୋର୍ଟ – ଜଗନ କୁମାର ସେଠୀ
ଗଞ୍ଜାମ(୧୨/୧୦): ଆରମ୍ଭ ହୋଇଛି ୫ ଟି ଓ ମୋ ସରକାର | ଏହି ପରିପ୍ରେକ୍ଷୀରେ ମେଡିକାଲ୍ ଗୁଡିକର ଭିତ୍ତିଭୂମି ଓ ଉପଯୁକ୍ତ ସେବା ପ୍ରଦାନକୁ ଗୁରୁତ୍ବ ଦିଆଯାଉଥିବା ବେଳେ ଶନିବାର ଗଂଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଚାନକ ଗସ୍ତ କରିଛନ୍ତି ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ବିଜୟ କୁମାର ପାଣିଗ୍ରାହୀଙ୍କ ସମେତ ଅତିରିକ୍ତ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ମନୋଜ କୁମାର ପଣ୍ଡା, ଡାଟା ମ୍ୟାନେଜର ପ୍ରଫୁଲ୍ଲ କୁମାର ପାତ୍ର |

ଅଚାନକ ମେଡିକାଲ୍ ଗସ୍ତ କରି ମେଡିକାଲ୍ ରେ ରୋଗୀଙ୍କୁ କିଭଳି ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି, ନିରାମୟ, ଟିବି ବିଭାଗ, ମ୍ୟାଲେରିଆ, ଅସ୍ତ୍ରୋପଚାର ଗୃହ, ଆଉଟ୍ ଡୋର୍, ଇନ୍ ଡୋର ଇତ୍ୟାଦି ବୁଲି ପରିଦର୍ଶନ କରିଥିଲେ | ତେବେ ମେଡିକାଲ୍ ପରିବେଶ ଅତ୍ୟନ୍ତ ସୁନ୍ଦର ଥିବା ଓ କର୍ମଚାରୀ ମାନଙ୍କ ରୋଗୀ ମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ ନେଇ ଖୁସି ଅନୁଭବ କରିଥିବା କଥା କହିଛନ୍ତି ଜିଲ୍ଲା ସ୍ତରୀୟ କର୍ମଚାରୀ | ଗଂଜାମ ଜିଲ୍ଲାରେ ଏଭଳି ମେଡିକାଲ୍ ଅନ୍ୟ ମେଡିକାଲ୍ ପାଇଁ ଉଦାହରଣ ହେବ ବୋଲି କହି କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ପ୍ରଶଂସା କରିଥିଲେ | ଏହି ଗସ୍ତ ସମୟରେ ଡ଼ାକ୍ତର ଚିନ୍ମୟ ମିଶ୍ର, ଡଃ ଅଜିତ କୁମାର ଶୀଷା, ଡଃ ଜୟଦେବ ନାୟକ, ଅନନ୍ତ ନାରାୟଣ ପ୍ରହରାଜଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ |

Comments are closed.