ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା : ଶ୍ରଦ୍ଧାଞ୍ଜଳିଙ୍କୁ ନୋଟିସ୍ ପଠାଇଥିବା ସୂଚନା

0
242
ଲେଡି ବ୍ଲାକମେଲର

ରିପୋର୍ଟ: ରାମନାଥ ଗନ୍ତାୟତ //
ଭୁବନେଶ୍ୱର, (୦୯/୧୧) : ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି । ଫେରାର ଥିବା ଜଗବନ୍ଧୁଙ୍କ ସାଙ୍ଗ ଖଗେଶ୍ୱର, ଶ୍ରଦ୍ଧାଞ୍ଜଳିଙ୍କୁ ଇଡି ନୋଟିସ୍ କରିଛି । ଅର୍ଚ୍ଚନା ଏବଂ ଧନଞ୍ଜୟଙ୍କ ସହ ଯେଉଁମାନେ ଆର୍ଥିକ କାରବାର କରିଛନ୍ତି ସେମାନେ ଏବେ ସ୍କାନରରେ । ଏଥିପାଇଁ ସେମାନଙ୍କ ତାଲିକା ପ୍ରସ୍ତୁତି କରିବା ଆରମ୍ଭ କରିଛି ଇଡି । ଖୁବଶୀଘ୍ର ସେମାନଙ୍କୁ ନୋଟିସ୍ କରାଯିବ ।

ନୋଟିସ ପାଇବା ପରେ ସେମାନେ ସମସ୍ତେ ଇଡି କାର୍ଯ୍ୟାଳୟରେ ହାଜର ହୋଇ ତଥ୍ୟ ରଖିବେ । ଖୁବଶୀଘ୍ର ଜଣକ ପରେ ଜଣେ ଇଡି କାର୍ଯ୍ୟାଳୟରେ ହାଜର ହୋଇ ନିଜ ପକ୍ଷ ରଖିବେ । ଯଦି କେହି ମତ ରଖିବାକୁ ଇଡି କାର୍ଯ୍ୟାଳୟ ନ ଆସିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ । ଇଡିର ଅଧିକାରୀ ମାନେ ଜାଣିବାକୁ ପାଇଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ଯେଉଁ ସବୁ କାରବାର କରିଛନ୍ତି ତାହା ସବୁ ନଗଦରେ । କିନ୍ତୁ ବିଭିନ୍ନ ସମୟରେ ଅନ୍ୟ ଠାରୁ ଏଟିଏଏମ ମାଧ୍ୟମରେ ଆଣିଛନ୍ତି । ସେହିପରି ଇଡିର ଏକ ଟିମ୍ ବିଭିନ୍ନ କାର ଓ ବାଇକ ସୋରୁମ୍ ଯାଇ ଖୋଳତାଡ଼ କରିଛନ୍ତି ।

ଯେହେତୁ ଏ ସବୁ କାରବାର ନଗଦରେ ହୋଇଛି, ତେଣୁ ଇଡି ମଧ୍ୟ ସେମାନଙ୍କୁ ନୋଟିସ୍ କରିପାରେ ତଦନ୍ତରେ ସହଯୋଗ କରିବାକୁ । ତେବେ ଇଡିର ଏଭଳି ଚଢ଼ଉ ନୋଟିସ୍ ପରେ ଏବେ ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସମ୍ପର୍କରେ ଥିବା ରାଜନେତାଙ୍କ ଛାତି ଧଡ଼ଧଡ଼ ହେବା ଆରମ୍ଭ କରିଛି । କାରଣ ସେମାନେ ଅର୍ଚନାଙ୍କ ସହିତ ସିଧାସଳଖ ସମ୍ପର୍କରେ ଥିଲେ । କେତେବେଳେଳ ସେମାନଙ୍କୁ ଇଡି ନୋଟିସ୍ କରିବ ତାକୁ ନେଇ ଅନେକ ଆତଙ୍କିତ ଅବସ୍ଥାରେ ଅଛନ୍ତି ।