ବିଜେପୁର ଉପନିର୍ବାଚନ- ବିଜେପି ଛାଡିଲେ ବିଜେପି ନେତା ଅଶୋକ ପାଣିଗ୍ରାହୀ

ରିପୋର୍ଟ: ଜଗବନ୍ଧୁ ସାହୁ
ବିଜେପୁର(୧୨/୧୦): ଆଜି ସବୁ ଚର୍ଚ୍ଚାର ଅନ୍ତ ଘଟାଇ ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ଅଶୋକ ପାଣିଗ୍ରାହୀ । ୨୦୧୮ ବିଜେପୁର ଉପନିର୍ବାଚନରେ ସେ ବିଜେପିରୁ ପ୍ରାର୍ଥୀ ହୋଇଥିଲେ ।

ବିଜେଡିରୁ ସସ୍‌ପେଣ୍ଡ ହେବା ପରେ ସେ ବିଜେପିରେ ମିଶି ପ୍ରାର୍ଥୀ ହୋଇଥିଲେ । ତେବେ ଦଳ ତାଙ୍କୁ ଗୁରୁତ୍ୱ ନ ଦେବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି । ଶ୍ରୀ ପାଣିଗ୍ରାହୀ କହିଛନ୍ତି-“ଦଳ ମୋତେ ବିଶ୍ୱାସ କଲାନି । କୌଣସି ପ୍ରକାର ଦାୟିତ୍ୱ ଦେଲାନି । କର୍ମୀମାନଙ୍କ ପରାମର୍ଶରେ ମୁଁ ଇସ୍ତଫା ଦେବାକୁ ବାଧ୍ୟ ହେଲି । ଦଳର ସାଙ୍ଗଠନିକ କାର୍ଯ୍ୟରେ ଯିଏ ଅଛନ୍ତି, ସେମାନେ ଏଥିପାଇଁ ଦାୟୀ।” ବିଜେଡିକୁ ଯିବେ କି ପ୍ରଶ୍ନରେ ଅଶୋକ କହିଛନ୍ତି-“ବିଜେଡିକୁ ଯିବାର ପ୍ରଶ୍ନ ଉଠୁନି । ମୁଁ ସେମାନଙ୍କ ସହ କିଛି ସଂପର୍କ ରଖିନି କି ଅଫର ପାଇନି । ନିଜ ଅଞ୍ଚଳକୁ ଯାଇ କର୍ମୀମାନଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବି। ଯଦି କର୍ମୀ ଚାହିଁବେ ତାହେଲେ ବିଜେପି ବିରୋଧରେ ମଧ୍ୟ ପ୍ରଚାର କରାଯିବ |”

Comments are closed.