Thursday, March 28, 2024

Top 5 This Week

Related Posts

ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା ତରଫରୁ ପ୍ରଥମ ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୦୮/୧୧) : ଆଜି ୮/୧୧/୨୨ ତାରିଖରେ ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA) ତରଫରୁ ଗୁଣପୁର ଉପଖଣ୍ଡ ରାମନlଗୁଡ଼ା ବ୍ଲକ ଅନ୍ତର୍ଗତ ଗୁଲୁଣ୍ଠି ପଞ୍ଚାୟତର ତାମିଲ୍ ଗୁଡା ଠାରେ ପ୍ରଥମ ବ୍ଲକ ସ୍ତରୀୟ ସମ୍ମିଳନୀ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଗାଁ ର ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ।2083dc4c ce09 428a bdc8 5a669be44824 ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା ତରଫରୁ ପ୍ରଥମ ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ଦେଶରେ ଗ୍ରାମୀଣ କ୍ଷେତ ମଜଦୁର ମାନଙ୍କର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳରେ ରହୁଥିବା କ୍ଷେତ ମଜଦୁର ମାନଙ୍କର ରହିବାକୁ ସ୍ଥାୟୀ ବ୍ୟବସ୍ଥା ନାହିଁ, ରୋଜଗାର ର ଅଭାବ , କମ ମଜୁରୀ , ଦରଦାମ ବୃଦ୍ଧି ଭିତରେ କ୍ଷେତ ମୁଲିଆ ଆଜି ଜର୍ଜରିତ l ପ୍ରତେକ ଗରିବ କ୍ଷେତ ମୁଲିଆମାନଙ୍କର ସାମାଜିକ ସୁରକ୍ଷା ଆଜି ବିପନ୍ନ। ସରକାର ସମସ୍ତଙ୍କ ଲାଗି ସାମାଜିକ ସୁରକ୍ଷା ନାମର ମାତ୍ର ୫୦୦ ଟଙ୍କା ଧରାଇ ଦେଇ ବା ବା ନେବାରେ ବ୍ଯସ୍ତ l ଉକ୍ତ ସମ୍ମିଳନୀ ରେ ୩୮ ଜଣଙ୍କୁ ନେଇ ବ୍ଲକ କମିଟି ଗଠନ କରାଯିବା ସହ ହରିଶ୍ଚନ୍ଦ୍ର ନିମାଲ (ସଭାପତି) ମୋଜେସ ବିଡିକା( ସମ୍ପାଦକ ) ଭାବେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା।fe4a0d6e ce00 4528 bd19 584bc8f50e0c ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା ତରଫରୁ ପ୍ରଥମ ବ୍ଲକ ସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ

ନଭେମ୍ବର ୧୪ ଓ ୧୫ ଦୁଇ ଦିନ ଧରି କଲିକତା ଠାରେ ହେବାକୁଥିବା ସର୍ବ ଭାରତୀୟ ସମ୍ମିଳନୀକୁ ସଫଳ କରିବା ପାଇଁ ଆହ୍ବାନ ଦେଵାସହ ସରକାରଙ୍କ ନିକଟରେ କେତୋଟି ଦାବି ଉପସ୍ଥାପନ କରାଯାଇଥିଲା। ସେଗୁଡିକ ହେଲା , ଦେଶର ସମସ୍ତ ରାଜ୍ୟ ମଧ୍ୟରେ ଘର କରି କରି ରହୁଥିବା କ୍ଷେତ ମଜଦୁର ମାନଙ୍କ ଉପରେ ବୁଲ ଡୋଜର ଓ ଫାଶୀବାଦ ଆକ୍ରମଣ ବନ୍ଦ କରାଯାଉ , ସମସ୍ତ କ୍ଷେତ ମଜଦୁର ମାନଙ୍କୁ ରେସନ୍ କାର୍ଡ ଦେବା ସହ ୫୦ କେଜି ଚାଉଳ ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦିଆଯାଉ , କେନ୍ଦ୍ର ସରକାରଙ୍କ ଜଙ୍ଗଲ ଅଧିକାର ଆଇନ ୨୦୨୨ ଓ ଗ୍ରାମ ସଭା କୁ ଅକାମୀ କରି ଦେବା ଚକ୍ରାନ୍ତ ବନ୍ଦ କରାଯାଉ , ସମସ୍ତ କ୍ଷେତ ମଜଦୁର ମାନଙ୍କୁ ଶିକ୍ଷା , ସ୍ୱାସ୍ଥ୍ୟ ,ଘର ଡିହ ପଟ୍ଟା , ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଉ ,ରାମନlଗୁଡ଼ା ବ୍ଲକ ଗୋଗୁପାଡୁ ପଞ୍ଚାୟତ ର ଆଡାମଗୁଡା – ଆଚବା – ଗୋଟା – କେରାଣ୍ଡି ଗୁଡା – ଗାଁ ରେ ଭୋଗଦଖରେ ରହିଥିବା ଜମିକୁ ଆନ୍ଧ୍ର ପ୍ରଦେଶର ଜମିଦାର ମାନଙ୍କ ବେନାମୀ ଦଲିଲ୍ ରଧ୍ୟ କରିବା ସହ ପିରିଗୁଡା ମୌଜା ର ଲାଉଗୁଡା ନିକଟରେ ଓଡିଶା ବୋଡର ରହିଥିବା ପ୍ରାୟ ୫୦ ଏକର ଜମି ଉପରେ ଆନ୍ଧ୍ର ପ୍ରଦେଶ ଦଖଲ କରିବା ଜମି ଲାଉଗୁଡା ଆଦିବାସୀ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଉ | ପ୍ରତ୍ୟେକ ବାର୍ଦ୍ଧକ୍ଯ- ବିକଳାଙ୍ଗ ମଜଦୁର ମାନଙ୍କୁ ମାସକୁ ୩୦୦୦ ଟଙ୍କା ଭତ୍ତା, ୨୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଯୋଗାଇ ଦିଆଯାଉ । ଏହି କାର୍ଯ୍ୟକ୍ରମକୁ ତ୍ରିପତି ଗମାଙ୍ଗ ପରିଚାଳନା କରିବା ସହ ସରକାର ଏହି ଦାବି ଗୁଡ଼ିକ ଶିଘ୍ର ପୂରଣ ନକଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ କରି ସରକାରଙ୍କୁ ଜବାବ ମଗାଯିବ ବୋଲି ସୂଚନା ଦେଇଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles