ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣପୁର, (୦୮/୧୧) : ଆଜି ୮/୧୧/୨୨ ତାରିଖରେ ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA) ତରଫରୁ ଗୁଣପୁର ଉପଖଣ୍ଡ ରାମନlଗୁଡ଼ା ବ୍ଲକ ଅନ୍ତର୍ଗତ ଗୁଲୁଣ୍ଠି ପଞ୍ଚାୟତର ତାମିଲ୍ ଗୁଡା ଠାରେ ପ୍ରଥମ ବ୍ଲକ ସ୍ତରୀୟ ସମ୍ମିଳନୀ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଗାଁ ର ଶତାଧିକ ମହିଳା ପୁରୁଷ ଯୋଗ ଦେଇଥିଲେ।
ଦେଶରେ ଗ୍ରାମୀଣ କ୍ଷେତ ମଜଦୁର ମାନଙ୍କର ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗ୍ରାମାଞ୍ଚଳରେ ରହୁଥିବା କ୍ଷେତ ମଜଦୁର ମାନଙ୍କର ରହିବାକୁ ସ୍ଥାୟୀ ବ୍ୟବସ୍ଥା ନାହିଁ, ରୋଜଗାର ର ଅଭାବ , କମ ମଜୁରୀ , ଦରଦାମ ବୃଦ୍ଧି ଭିତରେ କ୍ଷେତ ମୁଲିଆ ଆଜି ଜର୍ଜରିତ l ପ୍ରତେକ ଗରିବ କ୍ଷେତ ମୁଲିଆମାନଙ୍କର ସାମାଜିକ ସୁରକ୍ଷା ଆଜି ବିପନ୍ନ। ସରକାର ସମସ୍ତଙ୍କ ଲାଗି ସାମାଜିକ ସୁରକ୍ଷା ନାମର ମାତ୍ର ୫୦୦ ଟଙ୍କା ଧରାଇ ଦେଇ ବା ବା ନେବାରେ ବ୍ଯସ୍ତ l ଉକ୍ତ ସମ୍ମିଳନୀ ରେ ୩୮ ଜଣଙ୍କୁ ନେଇ ବ୍ଲକ କମିଟି ଗଠନ କରାଯିବା ସହ ହରିଶ୍ଚନ୍ଦ୍ର ନିମାଲ (ସଭାପତି) ମୋଜେସ ବିଡିକା( ସମ୍ପାଦକ ) ଭାବେ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା।
ନଭେମ୍ବର ୧୪ ଓ ୧୫ ଦୁଇ ଦିନ ଧରି କଲିକତା ଠାରେ ହେବାକୁଥିବା ସର୍ବ ଭାରତୀୟ ସମ୍ମିଳନୀକୁ ସଫଳ କରିବା ପାଇଁ ଆହ୍ବାନ ଦେଵାସହ ସରକାରଙ୍କ ନିକଟରେ କେତୋଟି ଦାବି ଉପସ୍ଥାପନ କରାଯାଇଥିଲା। ସେଗୁଡିକ ହେଲା , ଦେଶର ସମସ୍ତ ରାଜ୍ୟ ମଧ୍ୟରେ ଘର କରି କରି ରହୁଥିବା କ୍ଷେତ ମଜଦୁର ମାନଙ୍କ ଉପରେ ବୁଲ ଡୋଜର ଓ ଫାଶୀବାଦ ଆକ୍ରମଣ ବନ୍ଦ କରାଯାଉ , ସମସ୍ତ କ୍ଷେତ ମଜଦୁର ମାନଙ୍କୁ ରେସନ୍ କାର୍ଡ ଦେବା ସହ ୫୦ କେଜି ଚାଉଳ ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦିଆଯାଉ , କେନ୍ଦ୍ର ସରକାରଙ୍କ ଜଙ୍ଗଲ ଅଧିକାର ଆଇନ ୨୦୨୨ ଓ ଗ୍ରାମ ସଭା କୁ ଅକାମୀ କରି ଦେବା ଚକ୍ରାନ୍ତ ବନ୍ଦ କରାଯାଉ , ସମସ୍ତ କ୍ଷେତ ମଜଦୁର ମାନଙ୍କୁ ଶିକ୍ଷା , ସ୍ୱାସ୍ଥ୍ୟ ,ଘର ଡିହ ପଟ୍ଟା , ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦିଆଯାଉ ,ରାମନlଗୁଡ଼ା ବ୍ଲକ ଗୋଗୁପାଡୁ ପଞ୍ଚାୟତ ର ଆଡାମଗୁଡା – ଆଚବା – ଗୋଟା – କେରାଣ୍ଡି ଗୁଡା – ଗାଁ ରେ ଭୋଗଦଖରେ ରହିଥିବା ଜମିକୁ ଆନ୍ଧ୍ର ପ୍ରଦେଶର ଜମିଦାର ମାନଙ୍କ ବେନାମୀ ଦଲିଲ୍ ରଧ୍ୟ କରିବା ସହ ପିରିଗୁଡା ମୌଜା ର ଲାଉଗୁଡା ନିକଟରେ ଓଡିଶା ବୋଡର ରହିଥିବା ପ୍ରାୟ ୫୦ ଏକର ଜମି ଉପରେ ଆନ୍ଧ୍ର ପ୍ରଦେଶ ଦଖଲ କରିବା ଜମି ଲାଉଗୁଡା ଆଦିବାସୀ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଉ | ପ୍ରତ୍ୟେକ ବାର୍ଦ୍ଧକ୍ଯ- ବିକଳାଙ୍ଗ ମଜଦୁର ମାନଙ୍କୁ ମାସକୁ ୩୦୦୦ ଟଙ୍କା ଭତ୍ତା, ୨୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଯୋଗାଇ ଦିଆଯାଉ । ଏହି କାର୍ଯ୍ୟକ୍ରମକୁ ତ୍ରିପତି ଗମାଙ୍ଗ ପରିଚାଳନା କରିବା ସହ ସରକାର ଏହି ଦାବି ଗୁଡ଼ିକ ଶିଘ୍ର ପୂରଣ ନକଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ କରି ସରକାରଙ୍କୁ ଜବାବ ମଗାଯିବ ବୋଲି ସୂଚନା ଦେଇଛନ୍ତି ।