Related Contents

ଶବକୁ ମିଳିଲାନି ଚାରି କାନ୍ଧ, ସାଇକେଲରେ ବୁହାହେଲା ଶବ

ନବରଙ୍ଗପୁର(ତ୍ରିନାଥ ଧୁରୁଆ): ହଜିଗଲା ମାନବିକତା, ପୂର୍ବ ଶତ୍ରୁତା ପାଇଁ ମହିଳାଙ୍କ ଶବକୁ ସତ୍କାର କରିବାକୁ କେହି ଆସିଲେ ନାହିଁ ଶେଷରେ ଦୁଇଭାଇ ସାଇକଲରେ ବୋହି ଶଶ୍ମାନ ପର୍ଯ୍ୟନ୍ତ ନେଇ ଶବ ସଂସ୍କାର କଲେ | ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚାନ୍ଦାହାଣ୍ଡି ବ୍ଲକର ମୋତି ଗାଁରେ |

ନବରଙ୍ଗପୁର ଜିଲ୍ଲାରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେମିତି ଆଜି ବି ମରିଯାଇଛି ମାନବିକତା | ଚାନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ମୋତିଗାଁ କୁମ୍ଭାର ପଡାରେ ଗତ କାଲି ସନ୍ଧ୍ୟା ସମୟରେ ଜଣେ ମହିଳା ନୂଆଖାଇ ପାଣ୍ଡେଙ୍କ ମୃତ୍ୟୁ ଘଟିଥିଲା | ପୂର୍ବରୁ ସେହି ମହିଳାକୁ ତାଙ୍କ ସମ୍ପ୍ରଦାୟର ଲୋକେ ବାସନ୍ଦ କରିଥିଲେ କାରଣ ଥିଲା ୨୫ବର୍ଷ ତଳେ ଅନ୍ୟ ଜାତିର ଛତିଶଗଡ଼ରେ ରହୁଥିବା ଜଣେ ଯୁବକ ସହ ପ୍ରେମ ବିବାହ କରିଥିଲେ | କିଛି ଦିନ ଗଲାପରେ ଶଶୁର ଘର ଲୋକେ ନୂଆଖାଇ ପାଣ୍ଡେକୁ ଗଣ୍ଡ ଗୋଳ କରି ଘରରୁ ତଡି ଦେବାପରେ ଦୁଇ ଭାଇଙ୍କ ପାଖରେ ଦିନ କାଟୁ ଥିଲେ | ଉଭୟ ଦୁଇ ଭାଇ ପୁରସ୍ତମ୍ଭ ପାଣ୍ଡେ ଓ ଟେକା ପାଣ୍ଡେଙ୍କ ସହିତ ଗାଁ ଲୋକଙ୍କ ସହିତ ସବୁବେଳେ ଗଣ୍ଡଗୋଳ ଚାଲୁଥିଲା | ସେଇଥି ପାଇଁ ଆଜି ଭଉଣୀର ମୃତ ଶରୀରକୁ ଚାରି କାନ୍ଧ ଦେବା ପାଇଁ କେହି ଆସି ନ ଥିଲେ | ଶେଷରେ ଦୁଇ ଭାଇ ସାଇକେଲରେ ଭଉଣୀର ମୃତ ଶରୀରକୁ ସ୍ମଶାନକୁ ନେଇ ଶେଷକୃତ ଦେବା ସମୟରେ ଗାଁର ଦୁଇ ଜଣ ରାଜୀବ ଖମାରି ଓ ଗୋବିନ୍ଦ ବାଘ ଆସିଥିଲେ |

One response to “ଶବକୁ ମିଳିଲାନି ଚାରି କାନ୍ଧ, ସାଇକେଲରେ ବୁହାହେଲା ଶବ”

  1. LAXMANA BANCHHOR says:

    Sad news. 😢😢😢😢

Leave a Reply

This site uses Akismet to reduce spam. Learn how your comment data is processed.