Saturday, August 15, 2020
Home Development ରାମନାଗୁଡା ବିଡେଡି ଦଳ ତରଫରୁ ଜନ ସଂପର୍କ ପଦଯାତ୍ରା ଏବଂ ସଭ୍ୟ ସଂଗ୍ରହ

ରାମନାଗୁଡା ବିଡେଡି ଦଳ ତରଫରୁ ଜନ ସଂପର୍କ ପଦଯାତ୍ରା ଏବଂ ସଭ୍ୟ ସଂଗ୍ରହ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡା(୧୧/୧୦): ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ନିଲାମଗୁଡା ଗ୍ରାମ ଠାରେ ବିଜେଡିର ଜନ ସଂପର୍କ ପଦଯାତ୍ରା ଏବଂ ସଭ୍ୟ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ପଦଯାତ୍ରାରେ ରାମନାଗୁଡା ପୁର୍ବତନ ଜିଲ୍ଲାପରିଷଦ ସଭ୍ୟ ଦାମୋଦର କୈବର୍ତ୍ତଙ୍କ ନେତୃତ୍ବରେ ଶତାଧିକ କର୍ମିମାନେ ଯୋଗଦେଇ ଗାଁ କୁ ଗାଁ ଯାଇ ସଭ୍ୟ ସଂଗ୍ରହ କରିଥିଲେ ।

ଏକ ବିରାଟ ପଟୁଆରରେ ପଦଯାତ୍ରାରେ ମଝିଗୁଡା,ଗୋଇଗୁଡା,ଡ଼ମ୍ବୂରୁନେଲି,ରାଜବିକ୍ରମପୁର,ନିଲାମଗୁଡା,ପାଣ୍ଡୁରଝୋଲି ଆଦିଗ୍ରାମକୁ ପଦଯାତ୍ରାରେ ଯିବା ସହ ନବନିମିତ୍ତ ହେବାକୁ ଥିବା ଗୋଇଗୁଡା ଓ ଡ଼ମ୍ବୂରୁ ନେଲିରେ ୩ଲକ୍ଷଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଗୋଷ୍ଠୀ କେନ୍ଦ୍ର ଭିତ୍ତିପ୍ରସ୍ତର ସ୍ଥାପନ ସହ ନିଲାମଗୁଡାରେ ପ୍ରାଥନା ଗୃହ, ପୂଜା ମଣ୍ଡପ ଗୁଗୁରପାଙ୍ଗରେ ଗୋଷ୍ଠୀ କେନ୍ଦ୍ରକୁ ମନ୍ତ୍ରୀ ଓ ବିଧାୟକ ଶୁଭ ଉଦଘାଟନ କରିଥିଲେ । ସେହିପରି ଏହି ପଦଯାତ୍ରା ସମୟରେ ରାଜବିକ୍ରମପୁର ଗ୍ରାମବାସୀ ପାନୀୟଜଳ ଅସୁବିଧା ସମ୍ପର୍କରେ ଅବଗତ କରାଇବା ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ଏହି ପଦଯାତ୍ରା ସମୟରେ ବିଭିନ୍ନ ଗ୍ରାମରେ ବାଦ୍ୟ ବାଜନା,ଶଂଖ,ହୂଳହୁଳି ଗ୍ରାମବାସୀ ସ୍ବାଗତ କରିବା ସହ ନିଲାମଗୁଡା ଠାରୁ ଗୁଗୁରପାଙ୍ଗ ପର୍ଯ୍ୟନ୍ତ ପଦଯାତ୍ରା ଯାଇଥିଲା । ପଦଯାତ୍ରାରେ ମନ୍ତ୍ରୀ ଓ ବିଧାୟକ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ତଥା ଜନହିତକର ଯୋଜନା କିଭଳି ଲୋକଙ୍କ ନିକଟରେ ପହଞ୍ଚିପାରିବ ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ କହିବା ସହ ନୂତନ ଓଡିଶା ଗଠନରେ ଅଧିକ ସଭ୍ୟ ସଂଗ୍ରହ କରାଯାଇ ପାରିବ ସେଥିପ୍ରତି ଦୃଷ୍ଠିଦେବାକୁ କମ୍ମୀଙ୍କୁ ପରାମର୍ଶ ଦେଇଥିଲେ ।

ଏହି ଶୋଭାଯାତ୍ରାରେ ଆଦିବାସି କଲ୍ୟାଣ ବିଭାଗର ମନ୍ତ୍ରୀ ଜଗନ୍ନାଥ ସାରକା,ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ,ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗର ଉପଦେଷ୍ଟା ସୁଧିର ଦାସ,ଜିଲ୍ଲା ବିଜେଡି ସଂପାଦକ ଗଗନ ଆଚାର୍ଯ୍ୟ ବ୍ଲକ ଅଦ୍ଧକ୍ଷା ବ୍ଲକ ସଭାପତି ବିଜୟ ମାଣ୍ଡାଙ୍ଗି ,ବ୍ଳକ ଅଧ୍ୟକ୍ଷା ରଜନୀ ମାଣ୍ଡାଗିଂ ,ନିବାଚନ ମଣ୍ଡଳ ଯୁବ ସଭାପତି କମଳ ମୁଟିକା ,ଯୁବ ଜିଲ୍ଲା ଉପ ସଭାପତି ଅମିତମହାରଣା ,ବ୍ଳକ ଉପାଧ୍ୟକ୍ଷ ସୂର୍ଯ୍ୟ ରାଓ କୁମ୍ପରିକା, ବିଡ଼ିଓ ଶୁଧାକର ରୋଇତ ,ସହକାରୀ ଯନ୍ତ୍ରୀ ଦୁଯ୍ୟଧନ ଯାନି ,କନିଷ୍ଠ ଯନ୍ତ୍ରୀ ହିମାଂଶୁ ରଥ, କୁଜେଦ୍ରି ,ବୁତିଗଂ ,ନିଲାମଗୁଡା ,ପାରିଖୀତି ,ଆଚପାଗୁଲୁମୁଣ୍ଡା ,ଗୋଗୁପାଡୁ ,ଶୁଣ୍ଡିଧାମୁଣି ,ଭାମିନି, ପେଣକାମ,ପଞ୍ଚାୟତ ର ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ଏବଂ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକର ବିଭିନ୍ନ ଗ୍ରାମରେ ଗୋଷ୍ଠିକେନ୍ଦ୍ର ଗୁଡିକ ଶିଳାନ୍ୟାସ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହା ସହ ସରକାରଙ୍କ ଜନହିତକାରି ଯୋଜନା ଗୁଡିକ ମଧ୍ୟ କିପରି ଜନସାଧାରଣଙ୍କ ନିକଟରେ ପହଞ୍ଚିବ ତାହା ଲୋକମାନଙ୍କୁ ସଚେତନ କରାଯାଇଥିଲା

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ବଲାଙ୍ଗୀରରେ ୯୨

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪-ବ୍ୟୁରୋ-୧୫/୦୮): ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ...

ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରିଗୁଡା (୧୫/୦୮): ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି l କରୋନା ପରି ମହାମାରୀ...

ଏବିପିଏସ ଛାତ୍ରଛାତ୍ରୀଙ୍କୁ ରୋଟାରୀଆନଙ୍କ ପକ୍ଷରୁ ୪୦ଗୋଟି ଆଇପ୍ୟାଡ଼ ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ସାରା ବିଶ୍ୱ ଜନତା ଓ କରୋନା ମହାମାରୀର ଛକାପଞ୍ଝା ଭିତରେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି ଆଗାମୀ ପିଢ଼ି କୁହାଯାଉଥିବା ଶିକ୍ଷାର୍ଥୀ ମାନେ l...

FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ରାୟଗଡ଼ା ସହରର FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ | ଲୁଟର ଶିକାର ହୋଇଥିବା...

Recent Comments

%d bloggers like this: