Friday, March 29, 2024

Top 5 This Week

Related Posts

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ବୋଇତ ଭସାଣ

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡ଼ା, (୮/୧୧): କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଆଜି ଜିଲ୍ଲା ସଂସ୍କୃତି ପରିଷଦ ରାୟଗଡ ତଫରୁ ପ୍ରଥମ ଥର ପାଇଁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଧର୍ମ ମାସ କାର୍ତ୍ତିକର ଶେଷ ଦିନରେ ସହର ଉପକଣ୍ଠ ଦେଇ ବହିଯାଉଥିବା ଝଞ୍ଜାବତୀ ନଦୀ କୂଳରେ ଡ଼ଙ୍ଗା ଭସାଇଥିଲେ ldfacbc47 7f74 41ba a814 7f659efb9a4b କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ବୋଇତ ଭସାଣ

ଅତୀତର ଉତ୍କଳୀୟ ପରମ୍ପରା ଓ ସାଂସ୍କୃତିକ ବୈଭବକୁ ଉଜ୍ଜୀବିତ କରିବା ଉଦ୍ଧେଶ୍ୟରେ ସରକାରଙ୍କ ପ୍ରୟାସକୁ କାର୍ଯ୍ୟକାରି କରିବା ପାଇଁ ଆୟୋଜନ କରାଯାଇଥିଲା l ସ୍ଥାନୀୟ ବ୍ରାହ୍ମଣସାହି ନିକଟସ୍ଥ ଝଞ୍ଜାବତୀ କୂଳରେ ପ୍ରତ୍ୟୁଷରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ନଗରପାଳ ପି ମେହେଶ ପଟନାୟକ,ଜିଲ୍ଲା ସୂଚନା ଓ ଲକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ,ସହରର ବିଶିଷ୍ଟ ବ୍ୟକ୍ତିମାନେ, ହାବିଷ୍ୟାଲି,ଜନସାଧାରଣ ବହୁସଂଖ୍ୟାରେ ସାମିଲ ହୋଇଥିଲେ ଡଙ୍ଗା ଭସାଇଥିଲେ lef7867f1 0b65 4f86 bbb7 2dadc1bdbdd0 କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ବୋଇତ ଭସାଣ

ଏହି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ବଡ଼ବାବୁ ରାମଚନ୍ଦ୍ର ପାତ୍ର, ପ୍ରଦୀପ ମାଲବିସୟୀ,କହ୍ନୁ ଚରଣ ପ୍ରଧାନ, ଅଜିତ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ l ସେହିପରି ଭୋରରୁ ବହୁସଂଖ୍ୟାରେ ଲୋକେ ନିଜର ନିକଟସ୍ଥ ନଦୀ ଓ ଜଳ ସ୍ରୋତରେ କଦଳୀ ପଟରେ ତିଆରି ବୋଇତରେ ପାନ, ଗୁଆ,ରାଶି ଆଦି ରଖି ଦୀପ ଲଗାଇ ଭାସାଇଥିବାର ଦେଖିବାକୁ ମିଳିଛି। ତେବେ ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ଭୋର 5.30 ମଧ୍ୟରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସରିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles