ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡ଼ା, (୮/୧୧): କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଆଜି ଜିଲ୍ଲା ସଂସ୍କୃତି ପରିଷଦ ରାୟଗଡ ତଫରୁ ପ୍ରଥମ ଥର ପାଇଁ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଧର୍ମ ମାସ କାର୍ତ୍ତିକର ଶେଷ ଦିନରେ ସହର ଉପକଣ୍ଠ ଦେଇ ବହିଯାଉଥିବା ଝଞ୍ଜାବତୀ ନଦୀ କୂଳରେ ଡ଼ଙ୍ଗା ଭସାଇଥିଲେ l
ଅତୀତର ଉତ୍କଳୀୟ ପରମ୍ପରା ଓ ସାଂସ୍କୃତିକ ବୈଭବକୁ ଉଜ୍ଜୀବିତ କରିବା ଉଦ୍ଧେଶ୍ୟରେ ସରକାରଙ୍କ ପ୍ରୟାସକୁ କାର୍ଯ୍ୟକାରି କରିବା ପାଇଁ ଆୟୋଜନ କରାଯାଇଥିଲା l ସ୍ଥାନୀୟ ବ୍ରାହ୍ମଣସାହି ନିକଟସ୍ଥ ଝଞ୍ଜାବତୀ କୂଳରେ ପ୍ରତ୍ୟୁଷରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ନଗରପାଳ ପି ମେହେଶ ପଟନାୟକ,ଜିଲ୍ଲା ସୂଚନା ଓ ଲକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁସ୍ମିତା ବାଉରୀ,ସହରର ବିଶିଷ୍ଟ ବ୍ୟକ୍ତିମାନେ, ହାବିଷ୍ୟାଲି,ଜନସାଧାରଣ ବହୁସଂଖ୍ୟାରେ ସାମିଲ ହୋଇଥିଲେ ଡଙ୍ଗା ଭସାଇଥିଲେ l
ଏହି କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର ବଡ଼ବାବୁ ରାମଚନ୍ଦ୍ର ପାତ୍ର, ପ୍ରଦୀପ ମାଲବିସୟୀ,କହ୍ନୁ ଚରଣ ପ୍ରଧାନ, ଅଜିତ କୁମାର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ l ସେହିପରି ଭୋରରୁ ବହୁସଂଖ୍ୟାରେ ଲୋକେ ନିଜର ନିକଟସ୍ଥ ନଦୀ ଓ ଜଳ ସ୍ରୋତରେ କଦଳୀ ପଟରେ ତିଆରି ବୋଇତରେ ପାନ, ଗୁଆ,ରାଶି ଆଦି ରଖି ଦୀପ ଲଗାଇ ଭାସାଇଥିବାର ଦେଖିବାକୁ ମିଳିଛି। ତେବେ ଆଜି ଚନ୍ଦ୍ର ଗ୍ରହଣ ଥିବାରୁ ଭୋର 5.30 ମଧ୍ୟରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ସରିଛି ।