Advertisements
Monday, July 6, 2020
Home Business & Private କୋରାପୁଟ ସାଂସଦଙ୍କ ଜେକେ ପୁର ସ୍ଥିତ କାଗଜକଳ ପରିଦର୍ଶନ

କୋରାପୁଟ ସାଂସଦଙ୍କ ଜେକେ ପୁର ସ୍ଥିତ କାଗଜକଳ ପରିଦର୍ଶନ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୧୧/୧୦): ମାନ୍ୟବର କୋରାପୁଟ ସାଂସଦ ଶ୍ରୀଯୁକ୍ତ ସପ୍ତଗିରୀ ଉଲାକା ରାୟଗଡା ଗସ୍ତରେ ଆସି ଜେକେ ପୁର ସ୍ଥିତ କାଗଜ କଳ ପରିଦର୍ଶନ କରିଥିଲେ | କାଗଜ କଳ ମୁଖ୍ୟ ଶ୍ରୀଯୁକ୍ତ ପିକେ ସୁରୀଙ୍କ ଉପସ୍ଥିତିରେ ସେ ପ୍ଲାଣ୍ଟ ପରିଦର୍ଶନ କରିବା ସହିତ ପରିବେଶ ସୁରକ୍ଷାକୁ ନେଇ ନିଆଯାଉଥିବା ପଦକ୍ଷେପ ଗୁଡିକୁ ମଧ୍ୟ ଅନୁଧ୍ୟାନ କରିଥିଲେ |

କାଗଜ କଳରୁ ନିର୍ଗତ ପ୍ରଦୂଷିତ ଧୂଆଁ ଆଖପାଖ ପରିବେଶକୁ ପ୍ରଭାବିତ ନ କରିବାପାଇଁ ଯଥାସମ୍ଭବ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେବାପାଇଁ ନିର୍ଦେଶ ଦେଇଥିଲେ | ପ୍ଲାଣ୍ଟରୁ ନିର୍ଗତ ପ୍ରଦୂଷିତ ଜଳ ନିର୍ଗତ ହୋଇ ନିକଟରେ ପ୍ରବାହିତ ନାଗାଵଳୀ ନଦୀରେ ମିଶୁଥିବାରୁ ତଳମୁଣ୍ଡରେ ଥିବା ଗ୍ରାମ ଗୁଡିକ ଯେପରି ପ୍ରଦୂଷଣର ଶିକାର ନ ହୁଅନ୍ତି ସେଥିପ୍ରତି ଉଚିତ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରିବାପାଇଁ ନିର୍ଦେଶ ଦେଇଥିଲେ | ଜେକେ କାଗଜ କଳର ସୁବିଧାକୁ ଦୃଷ୍ଟିରେ ରଖି ଜେକେପୁର ଠାରେ ଏକ ଏୟାର ଷ୍ଟ୍ରିପ କରିବାର ଯୋଜନା ରହିଥିବା ଶ୍ରୀଯୁକ୍ତ ସୁରି ଜଣାଇଥିଲେ |

ପ୍ଲାଣ୍ଟରୁ ନିର୍ଗତ ଆବର୍ଜନାକୁ କିପରି ପୁନର୍ବାର କାର୍ଯ୍ୟକ୍ଷମ କରାଯାଇ ବିଭିନ୍ନ ଜନହିତକର କାର୍ଯ୍ୟରେ ବିନିଯୋଗ କରାଯିବାର ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ | ସହରରେ ଥିବା ବେକାର ଯୁବକ ଯୁବତୀଙ୍କ ପାଇଁ କିପରି ନୂତନ ରୋଜଗାର ବ୍ୟବସ୍ଥା ଉପରେ ମଧ୍ୟ ବିଶୃତ ଆଲୋଚନା କରିଥିଲେ | ପ୍ଲାଣ୍ଟ ଆଖପାଖ ଅଞ୍ଚଳର କିପରି ବିକାଶ ହୋଇପାରିବ ସେସବୁ ଉପରେ ମଧ୍ୟ ପଦକ୍ଷେପ ନେବାପାଇଁ ଶ୍ରୀଯୁକ୍ତ ଉଲାକା ନିର୍ଦେଶ ଦେଇଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: