ଦ୍ଵାଦଶତମ ରାଜ୍ୟ ସ୍ତରୀୟ ତାଏକୋଣ୍ଡ, କିକବକ୍ସିଂ, କରାଟେ ଚାମ୍ପିଅନସିପରେ ରାୟଗଡାର କୃତିତ୍ୱ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୧୧/୧୦): ଗତ ୫/୬ ତାରିଖରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ର ମହାବୀର ପଞ୍ଚାୟତ ଅନ୍ତର୍ଗତ ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଯାଇଛି ଦ୍ଵାଦଶତମ ରାଜ୍ୟ ସ୍ତରୀୟ ତାଏକୋଣ୍ଡ, କିଂକବକ୍ସି, କରାଟେ ଚାମ୍ପିଅନସିପ | ଏଥିରେ ରାୟଗଡା ଜିଲ୍ଲାରୁ ସମୁଦାୟ ୪୨ଜଣ ଭାଗ ନେଇଥିବା ବେଳେ ସେଥିରୁ ୨୯ଜଣ ପଦକ ପ୍ରାପ୍ତ କରିଛନ୍ତି | ୧୨ଟି ସ୍ଵର୍ଣ ପଦକ, ୭ଟି ରୌପ୍ୟ ପଦକ, ଏବଂ ୧୦ଟି କାଂସ ପଦକ ପାଇଛନ୍ତି |

ତନ୍ମଧ୍ୟରୁ ୧୦ଟି ପଦକ କେବଳ ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ହାସଲ କରିନେଇଛନ୍ତି | ରାୟଗଡା ଜିଲ୍ଲାକୁ ଗୌରବାନ୍ୱିତ କରିଥିବା ଏହି ବିଜେତା ପ୍ରତିଯୋଗୀ ମାନେ ବର୍ତ୍ତମାନ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାପାଇଁ ଯୋଗ୍ୟବିବେଚିତ ହୋଇଛନ୍ତି | ପ୍ରତିଯୋଗୀମାନେ ରାୟଗଡା ଫେରିବା ପରେ ସେମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା | ଏହି ପ୍ରତିଯୋଗିତାରେ ଅଂଗ୍ରହଣ କରି ବିଜୟ ହୋଇଥିବା ଛାତ୍ରଛାତ୍ରୀ ହେଲେ(ସ୍ବର୍ଣ୍ଣ )- ଅର୍ଚ୍ଚନା ହୁଇକା, ମିଟୁ ମଂଡଙ୍ଗୀ, ବୈଜନ୍ତ ମାଝୀ, ସୁଶାନ୍ତ କୁମାର ସାହୁ, ବରୁଣ ଜେଶ୍ୱନୀ, ଆଦର୍ଶ ଟି, ଆବ୍ରହାମ, ରଚିତ ସାହୁ, ରୁଦ୍ର ନାରାୟଣ ପଣ୍ଡା, ପି ସାଇ କୁମାର, ପି ଶିବାୟ, ଅର୍ପଣ, ଏସ ସୌରଭ, (ସିଲଭର)-ଶୁଭମ ସାହୁ, ଅକ୍ଷୟ ଚରଣ ଆଚାର୍ଯ୍ୟ, ସ୍ମୃତି ସୌରଭ ପ୍ରଧାନ, ଏ ଗୁପ୍ତେଶ୍ୱର, ଲକ୍ଷଣ ମାଝୀ, ମୁକେଶ ହିମିରିକା, ହେମଲତା କୁଂବୁରୁକ, (କାଂସ) ରେ ଉପେନ୍ଦ୍ର ଗମାଙ୍ଗ, ଅଜିତ ମାଝୀ, ଜିତୁ ମିନିୟକା, ଚାନ୍ଦିନୀ କୁଟୁରକା, ଦୀନେଶ ହୁଇକା, ସୌରଭ ମହାପାତ୍ର, ଶ୍ରମଣ ନାରାୟଣ ଷଡ଼ଙ୍ଗୀ, ଶ୍ରୀୟାନସୁ ମହାରଣା, ଏମ ଭେଙ୍କଟ, କଡ଼ରକା ମଲାନା | ପ୍ରତିଯୋଗିଙ୍କ ସହିତ ମୁଖ୍ୟ କୋଚ ଅର୍ଜୁନ ବୁଧାୟକ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟର କୋଚ ପ୍ରଶାନ୍ତ ପ୍ରଧାନ ଓ ମ୍ୟାନେଜର ଜିତୁ ମହାରଣା ଟିଟିଲାଗଡ଼ ଯାଇଥିଲେ |

Comments are closed.