Friday, March 29, 2024

Top 5 This Week

Related Posts

ନୃତ୍ୟ ନିକେତନ ମହକ -୩ ବିନିକା ରେ ଉଦଯାପିତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୭/୧୧) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ପାଲିପଡ଼ା ର ଅଗ୍ରଣୀ ଅନୁଷ୍ଠାନ ନୃତ୍ୟ ନିକେତନ ର ଆନୁକୂଲ୍ୟ ରେ ତୃତୀୟ ବର୍ଷ ପାଇଁ ଆୟୋଜନ ହୋଇଥିବା ନୃତ୍ୟ ନିକେତନ ମହକ -୩ ଆଜି ଉଦଯାପିତ ହୋଇଯାଇଛି ।

୩ ଦିନ ଧରି ନୃତ୍ୟ ନିକେତନ ମହକ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଧୁମଧାମ ରେ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ଦିନରେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଆଲବମ ଅଭିନେତା, ଅଭିନେତ୍ରୀ ତଥା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଆଜି ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ନୃତ୍ୟ ନିକେତନ ର ପ୍ରତିଷ୍ଠାତା ଅମିତ ବିକ୍ରମ ମିଶ୍ର ଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ବିରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିନିକା ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ, ଏନଏସି ଅଧ୍ୟକ୍ଷ ସୁବାଶ ଚନ୍ଦ୍ର ଭୋଇ, ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ସାହୁ, ସରକାରୀ ଓକିଲ ଅଦ୍ୱେତ କୁମାର ପଣ୍ଡା, ଗୁରୁ ଆସିମ ପଧାନ ପ୍ରମୁଖ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ଦେଇଥିଲେ । ସଭା କୁ ଆକାଶବାଣୀ ସମ୍ବଲପୁର ର ସ୍ମିତା ପଟ୍ଟନାୟକ ଉଦଘୋଷିକା ଭାବେ ଯୋଗଦେଇ ପରିଚାଳନା କରିଥିଲେ ।

Popular Articles