Advertisements
Monday, July 6, 2020
Home District News ଥେରୁବାଲି ଠାରୁ ରେଖାଳିଗୁଡା ଆରଡ଼ି ରୋଡ଼ ନିମ୍ନ ମାନର-ଠିକାଦାର କହୁଛି ପିସି ଦେଇ କାମ କରୁଛୁ

ଥେରୁବାଲି ଠାରୁ ରେଖାଳିଗୁଡା ଆରଡ଼ି ରୋଡ଼ ନିମ୍ନ ମାନର-ଠିକାଦାର କହୁଛି ପିସି ଦେଇ କାମ କରୁଛୁ

ରିପୋର୍ଟ – ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର(୧୧ /୧୦): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଆନର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତର ରେଖାଳିଗୁଡା ଓ ଲକ୍ଷ୍ମୀପୁର ମଝିରେ ଆର୍ଡି ରୋଡ଼ ଉପରେ ମାତ୍ର ଏକ ଈଞ୍ଚ ଖୋଲି ସିସି ରୋଡ଼ କାମ କରୁଥିବା ଅଭିଯୋଗ ହେଉଛି |

ଥେରୁବାଲି ଠାରୁ ପୋଲମା ଦେଇ ଆସିଥିବା ରୋଡ଼ରେ ପିଚୁ ପକାଇ ମାତ୍ର ଏକ ମାସ ଭିତରେ ପିଚୁ ସବୁ ବାହାରି ପଡ଼ିଥିବାରୁ ସେହି ସ୍ଥାନକୁ କଂକ୍ରିଟ ରାସ୍ତା କରିବା ପାଇଁ ସରକାର ଓ ପ୍ରଶାସନିକ ମୁହଁରେ ଚୂନ ବୋଲୁଚନ୍ତି ଠିକାଦାର ଓ ପେଟି ଠିକାଦାର | ଦୁର୍ନୀତି ହେବାର ଦେଖି ସାଧାରଣ ଲୋକ ମାନଙ୍କର ଅଭିଯୋଗ ହେଲେ ମଧ୍ୟ କୋଟି କୋଟି ଟଙ୍କା ରାସ୍ତା କାମ କରିବା ବାହାନାଁରେ ଜେଇ ଠିକାଦାର ଲୁଟି ଚାଲିଥିବା ପ୍ରକାଶ ହେଉଥିବା ବେଳେ ରାଜନୈତିକ ନେତା ସରକାରୀ କର୍ମଚାରୀ ଭାଗ ନେବାର ଠିକାଦାର ଚୋୖଧରି ପ୍ରକାଶ କରିଛନ୍ତି | ସେ କହିଛନ୍ତି ଯେ ଏଠି ଆମେ ସମସ୍ତଙ୍କୁ ପିସି ଦେଉଛୁ ପିସି ନ ଦେଲେ କାମ କରି ହୋଉନି, ଏହିପରି ଭାବରେ ସରକାରଙ୍କ କାମ ଚାଲିଥିବାରୁ ଆମ୍ଭମାନଙ୍କୁ ଟେଣ୍ଡର ମିଳୁଛି ବୋଲି ଚୋୖଧରି ପ୍ରକାଶ କରିଛନ୍ତି । ପିସି ମଧ୍ୟରେ ସେମାନେ କାର୍ଯ୍ୟ ଆରମ୍ଭ କରୁଛନ୍ତି ହେଲେ କାର୍ଯ୍ୟ ଆରମ୍ଭ କରିବା ବେଳେ କୋୖଣସି ଜେଇ କି ଏଇ କାମ ସ୍ଥାନରେ ରହୁ ନ ଥିବାବେଳେ ମନ ଇଚ୍ଛା କାମ କରୁଛନ୍ତି ବୋଲି ସାଧାରଣ ଲୋକ ମାନେ ଅଭିଯୋଗ କରିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: