କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ ପାଣି, ଡିଳେଶ୍ୱର ବାଗ
ପଦ୍ମପୁର(୧୧/୧୦): କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜେପୁର ଉପ ନିର୍ବାଚନ ଗ୍ରସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ସମୟରେ ପାଇକମାଳ ମୁଖ୍ୟଛକ, ପଦ୍ମପୁର ଭେଉଁରିଆ ଛକ ଠାରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜେପି ପରିବାର ପକ୍ଷରୁ ଶ୍ରୀ ପ୍ରଧାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ |

ଏହି ସ୍ବାଗତ ସମ୍ବର୍ଦ୍ଧନାରେ ପଦ୍ମପୁର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ, ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପ୍ରୀତେଶ ବହିଦାର, ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, ସୁନୀଲ ଅଗ୍ରୱାଲ, ଶ୍ରୀ କାନ୍ତି ପାଣିଗ୍ରାହୀ, ସରୋଜ ପାଣିଗ୍ରାହୀ, ନାରାୟଣ ପୁରୋହିତ, ପଙ୍କଜିନୀ ପ୍ରଧାନ, କୁନା ପାଣିଗ୍ରାହୀ, ପ୍ରମୋଦ ମେହେରଙ୍କ ସମେତ ଶତାଧିକ କର୍ମୀ ଓ ଜନସାଧାରଣ ଉପସ୍ଥିତ ଥିଲେ |

Comments are closed.