ଚାଷୀ ଗର୍ଜିଲେ ଆମକୁ ବୀମା ଦରକାର

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୧୧/୧୦): ପ୍ରଧାନମନ୍ତ୍ରୀ ଫସଲ ବୀମା ଦାବିରେ ଲଖମରା ପ୍ଯାକ୍ସ ଅଧିନସ୍ଥ ଶତାଧିକ ଚାଷୀ ବିଷୋଦ୍ମାର କରିଛନ୍ତି |

ବରଗଡ ଠାରେ ୨୦୧୭ -୧୮ ଫସଲ ବୀମାରୁ ବଞ୍ଚିତ ୧୨୪ ଜଣ ଚାଷୀ ଏକତ୍ରିତ ହୋଇ କେଉଁ କାରଣରୁ ସେମାନେ ଫସଲ ବୀମା ପାଇ ପାରି ନାହାନ୍ତି, ଯେହେତୁ କମ୍ପାନୀ ପ୍ରିମିୟମ ନେଇଛନ୍ତି, ତେଣୁ ଆମକୁ ବୀମା ଦେବା ଆବଶ୍ୟକ, ଚାଷୀନେତା ଦୈତାରୀ ପ୍ରଧାନ, ଗଗନ ବାରିକ, ଦୟାସାଗର ପ୍ରଧାନ, ସୁଶାନ୍ତ ସାହୁ, ଗଜରାଜ ଡ଼ନସନା, କେଶବ ସାହୁ ପ୍ରମୁଖ ଯୋଗଦାନ କରି ବୀମା କମ୍ପାନୀର ଚଂଚକତା ପାଇଁ କ୍ଷୋଭ ପ୍ରକାଶ କରିଥିଲେ | ଆଗାମୀ ଦିନରେ ବୀମା ପ୍ରଦାନ ନ କଲେ, ଚାଷୀ ମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Comments are closed.