ସୋନପୁର ବ୍ଳକ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

0
185
ସୋନପୁର ବ୍ଳକ ଠାରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୭/୧୧) : ସୋନପୁର ବ୍ଳକ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆରଡିଏ ସମ୍ମିଳନୀ କକ୍ଷ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି lWhatsApp Image 2022 11 07 at 18.51.02 1 ସୋନପୁର ବ୍ଳକ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସୋନପୁର ବ୍ଳକ ଠାରେ ଅନୁଷ୍ଠିତ ହୋଇଥିବା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣ ଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ୩୦ଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ l ତନ୍ମଧ୍ୟରେ ବ୍ୟକ୍ତିଗତ ଦରଖାସ୍ତ ୨୩ ଟି ଓ ସାମୁହିକ ଦରଖାସ୍ତ ୭ ଟି ଗ୍ରହଣ କରାଯାଇଛି l ଗ୍ରହଣ କରାଯାଇଥିବା ଦରଖାସ୍ତ ମଧ୍ୟରେ ଗୋଟିଏ ଦରଖାସ୍ତ ସିଏମଆରଏଫ ରୁ ଆର୍ଥିକ ସହଯୋଗ ନିମନ୍ତେ ରହିଥିବା ସୂଚନା ଦିଆଯାଇଛି l ୩ ଟି ଦରଖାସ୍ତ ର ତୁରନ୍ତ ସମାଧାନ କରାଯାଇଥିବା ବେଳେ ଅନ୍ୟ ଦରଖାସ୍ତ ଗୁଡିକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତୁରନ୍ତ ସମାଧାନ ପାଇଁ ସମ୍ପୃକ୍ତ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି l

ଏବିଡିଓ ସୋନପୁର ଶଶି ଭୂଷଣ ପଧାନ ଙ୍କ ତତ୍ୱାବଧାନରେ ଅଦ୍ୟ ଅନୁଷ୍ଠିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଉପ ଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଏସ ଇ ପିଡବ୍ଲୁ ଡି ଇଂ ଦାମୋଦର କୈବର୍ତ୍ତ, ଡିଏମଓ ଡ଼ଃ ଦୈତ୍ୟ ନାରାୟଣ ପାଢ଼ୀ, ସିଏସଓ ସୁରେଶ ପାଣିଗ୍ରାହୀ, ଏଡିଇଓ ମଞ୍ଜୁଲତା ଭୋଇ, ଜିଲ୍ଲା ଶ୍ରମ ଅଧିକାରୀ ଡିଲେଶ୍ୱର ଖାକା, ଜିଲ୍ଲା କଲ୍ୟାଣ ଅଧିକାରୀ ପାଲାକା ରବୀନ୍ଦ୍ର, କାର୍ଯ୍ୟନିର୍ବାହୀ ଅଧିକାରୀ ପୌରପରିଷଦ, ସୋନପୁର ସୂର୍ଯ୍ୟଂଶୁ ରୁଟ, ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ କର୍ମଚାରୀ, ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ l