Advertisements
Monday, July 6, 2020
Home District News ଦଶହରା ସରିଲା ଆସୁଛି କୁମାର ପୂର୍ଣ୍ଣିମା, କୋଦଳା ଓ ବେଗୁନିଆପଡାରେ ଜୁଆ ଖେଳ ବୃଦ୍ଧି

ଦଶହରା ସରିଲା ଆସୁଛି କୁମାର ପୂର୍ଣ୍ଣିମା, କୋଦଳା ଓ ବେଗୁନିଆପଡାରେ ଜୁଆ ଖେଳ ବୃଦ୍ଧି

ରିପୋର୍ଟ: ଜଗନ କୁମାର ସେଠି
ଗଞ୍ଜାମ(୧୦/୧୦): ସଞ୍ଜ ନଇଁଲେ କୋଦଳା ଓ ବେଗୁନିଆପଡା ଅଞ୍ଚଳରେ ବେଧଡ଼କ ଭାବେ ଚାଲିଛି ଜୁଆ ଆଡ୍ଡାର ପସରା | କୁମାର ପୂର୍ଣ୍ଣିମାକୁ ଆଖି ଆଗରେ ରଖି ପଶା ବା ଜୁଆ ବେପାରୀମାନେ ଆଡ୍ଡା କରିବାକୁ ସ୍ଥିର କରିଥାନ୍ତି | ଯାହାଫଳରେ ସହରକୁ ବିଶୃଙ୍ଖଳା ସୃଷ୍ଟି କରିବାରେ ବେଶ ଭୂମିକା ରହିଥାଏ |

ନିଶାଖୋର ଏବଂ ନିଶା ବେପାରୀଙ୍କ ଆଡ୍ଡା ଜମିବାକୁ ଲାଗେ | ତା ସହିତ ଅନୌତିକ କାର୍ଯ୍ୟକଳାପ ବଢିଚାଲେ | ଜୁଆ ବା ପଶା ଖେଳ ସହରର କେତେକ ଅନ୍ଧାରିଆ ସ୍ଥାନ ମାନଙ୍କରେ ବର୍ତ୍ତମାନ ସୁଦ୍ଧା ଆଡ୍ଡା ଚାଲୁ ରହୁଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି | କୋଦଳା ପୋଲିସ ପକ୍ଷରୁ ସେଭଳି କୌଣସି ଆଖିଦୃଷ୍ଟିଆ ଚଢ଼ାଉ କରାଯାଇନାହିଁ | ଯାହା ଦ୍ୱାରା ଜୁଆ ଖେଳ ଦଲାଲ ସକ୍ରିୟ ହେଉଛନ୍ତି | ତେବେ କିଛି ସ୍ଥାନୀୟ ଲୋକଙ୍କ ପରୋକ୍ଷ ସହଯୋଗରେ ଏଭଳି ବେଆଇନ କାର୍ଯ୍ୟ କଳାପ ବଢିଚାଲିଛି | ଏଭଳି ବେଆଇନ ଜୁଆ ଖେଳ ଘଟଣା ନିତିଦିନଆ କାର୍ଯ୍ୟରେ ପରିଣତ ହେଉଛି | ପୋଲିସ ପାଖରେ ସୁରାକ ଥାଇ ମଧ୍ୟ ଚଢ଼ାଉ କରିବାକୁ ପଛାଉଛନ୍ତି | ଯଦ୍ୱାରା ସହରର ପୁରୁଷ, ମହିଳା ନିଜକୁ ସୁରକ୍ଷିତ ମଣୁନାହାନ୍ତି l କୁମାର ପୂର୍ଣ୍ଣିମାରେ ସମସ୍ତ ଜନ ସାଧାରଣମାନେ ମଜା, ମସଗୁଲରେ ରହିଥାନ୍ତି | ବିଭିନ୍ନ ଅଞ୍ଚଳରୁ ଅତିଥିମାନେ ନିଜ ନିଜର ବନ୍ଧୁଙ୍କ ଘରକୁ ଆସନ୍ତି | ଏ ପରିପ୍ରେକ୍ଷୀରେ କୋଦଳା ଅଞ୍ଚଳରେ ଯେପରି ପଶା ବା ଜୁଆ ଖେଳ ସମ୍ପୂର୍ଣ୍ଣ ବନ୍ଦ ରହିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଇଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: