ଚଇତି ମହୋତ୍ସବ ଆସନ୍ତା ଜାନୁଆରୀ ୧୮ତାରିଖରୁ ଅନୁଷ୍ଠିତ

0
345
ଚଇତି ମହୋତ୍ସବ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୭/୧୧) : ରାୟଗଡ଼ା ଜିଲ୍ଲାର ଚଇତି ମହୋତ୍ସବ ଆସନ୍ତା ୧୮/୦୧/୨୩ରିଖ ରୁ ୨୨/୦୧/୨୩ରିଖ ଯାଏଁ ଅନୁଷ୍ଠିତ କରିବା ନିମନ୍ତେ ଆଜିର ବୈଠକରେ ଅଧିକାଂଶ ସଦସ୍ୟଙ୍କ ପ୍ରସ୍ତାବ କ୍ରମେ ସ୍ଥିର କରାଯାଇଛି l

ରାୟଗଡ଼ା ଜିଲ୍ଲାପାଳ ସ୍ୱଧା ଦେବ ସିଂ ଙ୍କ ଅଧ୍ୟକ୍ଷତାରେ ଚଇତି ମହୋତ୍ସବ ଆୟୋଜନ ନିମନ୍ତେ ଆଜି ଅନୁଷ୍ଠିତ ହୋଇଥିବା ପ୍ରଥମ ବୈଠକରେ ଅନୁସୂଚିତ ଜନଜାତି, ଜାତି ବିକାଶ, ସଂଖ୍ୟା ଓ ପଛୁଆ ବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ଲୋକସଭା ସାଂସଦ ସପ୍ତଗିରି ଉଲାକା, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧିର ଦାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ, ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଜନଜାତି ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷl ଅନୁସ୍ୱୟl ମାଝି, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ପ୍ରମୁଖ ଯୋଗଦାନ କରି ଚଇତି ଆୟୋଜନସମ୍ପର୍କରେ ସଦସ୍ୟମାନଙ୍କ ମତାମତ ଲୋଡ଼ାଯାଇଥିଲା l

ଆସନ୍ତା ଜାନୁୟାରୀ ମାସର ୧୨ ତାରିଖରୁ ୨୯ତାରିଖ ଯାଏଁ ହକି ବିଶ୍ୱକପ ଆୟୋଜନ ହେଉଥିବାରୁ ଏହି ସମୟରେ ରାଜ୍ୟରେ ଜିଲ୍ଲା ମହୋତ୍ସବ ଗୁଡିକର ଆୟୋଜନ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିବାରୁ ଚଇତି ମହୋତ୍ସବର ଦିନ ଧାର୍ଯ୍ୟ କରିବା ନିମନ୍ତେ ଏହି ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ସିଂ ମତାମତ ଲୋଡିଥିଲେ l ବୈଠକରେ ଅଧିକାଂଶ ସଦସ୍ୟ ଏଥି ନିମନ୍ତେ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରିଥିଲେ ଏବଂ ଶେଷରେ ଜାନୁଆରୀ ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜନ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଗଲା l

ଚଇତି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ଜିଲ୍ଲାପାଳ ଦାୟିତ୍ୱ ପ୍ରଦାନ କରିଛନ୍ତି l ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ ଓ ସୁନ୍ଦର ଭାବେ ଆୟୋଜନ କରାଯିବ ଓ ପୂର୍ବରୁ ଜନସାଧାରଣଙ୍କ ଯେଭଳି ଭାବରେ ଯୋଗଦାନ ରହୁଥିଲା ଏହି ବର୍ଷ ମଧ୍ୟ ରହିବ ବୋଲି ଜିଲ୍ଲାପାଳ ବୈଠକରେ କହିଥିଲେ l ଏହି ବୈଠକରେ ଅନ୍ୟାମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାୟଗଡ଼ା ଭୀମସେନ ଶବର, ଗୁଣପୁର ଉପଜିଲ୍ଲାପାଳ ଲୋକନାଥ ଦଳ ବେହେରା, ଜିଲ୍ଲା ମଂଗଳ ଅଧିକାରୀ ଅଶୋକ କୁମାର ଶତପଥି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଆଲେନୁର, ସହକାରୀ ନିର୍ଦ୍ଦେଶକ ଓରମାସ ମନୋଜ କୁମାର ପାତ୍ର, ଏପିଡ଼ି ଫାଇନାନ୍ସ ରଶ୍ମି କାନ୍ତ ପରିଡ଼ା । ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ, ବରିଷ୍ଠ ନାଗରିକ ସଙ୍ଘର ସଭାପତି ବିନୋଦ ଚନ୍ଦ୍ର ପଣ୍ଡା, ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଡ଼ଃ ନରେନ୍ଦ୍ର କୁମାର ମିଶ୍ର, ସାହିତ୍ୟ ଏକାଡ଼ମି ସଦସ୍ୟ ସୁଶାନ୍ତ କୁମାର ନାୟକ, ଓକିଲ ସଂଘର ସମ୍ପାଦକ, ମଙ୍ଗଳ ମୂର୍ତ୍ତି ବେଉରିଆ, ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାଶ, ଗଣମାଧ୍ୟମ ସଙ୍ଗଠନର ଅଜୟ ରଥ, ରଞ୍ଜନ କୁମାର ରଥ, ଯୋଗେଶ୍ୱର ଦାସ, ଦୀପକ କୁମାର ପୃଷ୍ଟି, ଶିବ ନାରାୟଣ ଗୌଡ଼, ସୁରେଶ ଦାସ, ଗୁରୁ ପ୍ରସାଦ ସାହୁ, ଗଜମୋହନ ଗରଡ଼ିଆ, ସରୋଜ କୁମାର ସାହୁ, ନବୀନ ସାହୁ, ରାମ ଦାସ ଲିମା ଓ ଅନ୍ୟାନ୍ୟ ସଙ୍ଗଠନର ବ୍ୟକ୍ତି ମାନେ ଯୋଗଦାନ କରି ମତାମତ ଦେଇଥିଲେ l