ଦେବଗିରି ପଞ୍ଚ ମୁଖେଶ୍ୱର ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

0
97
ଦେବଗିରି ପଞ୍ଚ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୭/୧୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମା ଠାରୁ ପ୍ରାୟ ୨ କିଲୋମିଟର ଦୂରରେ ଥିବା ଦେବଗିରି ପଞ୍ଚ ମୁଖେଶ୍ୱର ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଛି ।

ଜିଲ୍ଲା ତଥା ରାଜ୍ୟ ର ପ୍ରସିଦ୍ଧ ଦେବଗିରି ପଞ୍ଚ ମୁଖେଶ୍ୱର ଶୈବ ପୀଠ ମାନଙ୍କରେ ଏହା ହେଉଛି ଏକ ଅନ୍ୟତମ ଶୈବ ପୀଠ, ଦୀର୍ଘ ଦୁଇ ବର୍ଷ ହେବ କୋଭିଡ କଟକଣା ଯୋଗୁଁ ଭକ୍ତ ମାନେ ଆସିପାରି ନଥିଲେ, ପାହାଡ଼ ପୁରା ଫିକା ପଡିରହିଥିଲା । କୋଭିଡ କଟକଣା ଧୀରେ ଧୀରେ ସ୍ଥିର ହେବା ପରେ ଏହି ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାର ଲାଗିଲା, ଶ୍ରଦ୍ଧାଳୁ ମାନଙ୍କୁ ମନରେ ଏକ ଉତ୍ସହ ର ମହଲ ସୃଷ୍ଟି ହୋଇଛି । ଆଜି ହେଉଛି ପବିତ୍ର କାର୍ତ୍ତିକ ମାସର ଶେଷ ସୋମବାର ରେ ନିଜର ମନସ୍କାମନା ପୁରଣ କରିବା ପାଇଁ ଜିଲ୍ଲା ଏବଂ ରାଜ୍ୟର ଅନେକ ଅଞ୍ଚଳ ର ଦୂର ଦୂରାନ୍ତର ହଜାର ହଜାର ଶ୍ରଦ୍ଧାଳୁ ଓ ଆନ୍ଧ୍ର ପ୍ରଦେଶ, ଛତିଶଗଡ, ପଶ୍ଚିମବଙ୍ଗରୁ ପର୍ଯ୍ୟଟକ ମାନେ ମହାଦେବଙ୍କ ଦର୍ଶନ କରିବା ପାଇଁ ଭିଡ଼ ଜମିଥାନ୍ତି ।

ମହାଦେବଙ୍କ ଉପାସନା ନିମନ୍ତେ ପାହାଡ଼ ଉପରେ ଭୋଜି ଭାତ କରି ଆନନ୍ଦ ନିୟନ୍ତି । ଭକ୍ତ ମାନେ ପାହାଡ଼ର ୫୪୫ଟି ପାହାଚ ଅତିକ୍ରମ କରି ପଞ୍ଚ ମୁଖେଶ୍ୱର ସ୍ପଟିକ ଲିଙ୍ଗ ଦର୍ଶନ କରିଥାନ୍ତି । ଏହି ପାହାଡ଼ ର ଉପର ଭାଗରେ ଛୋଟ ବଡ଼ ହୋଇ ଗୋଟିଏ ଉଣା କୋଟିଏ ଜଳ କୁଣ୍ଡ ରହିଛି ଏଥି ମଧ୍ୟରୁ ବୋହୁ ପୁରାତନ କାଳରୁ ଲୋକମାନଙ୍କ ର ବିଶ୍ୱାସ ଅନୁଯାଇ ଧୋବା,ଧୁବୁଣି ଏବଂ ଗଙ୍ଗା, ଯମୁନା କୁଣ୍ଡ ଅନ୍ୟତମ ଅଟେ, ପୂର୍ବ ପୁରୁଷ କହିବା ଅନୁଯାଇ ଗଙ୍ଗା ଯମୁନା ପାଣି କୁଣ୍ଡ ରେ ସ୍ନାନ କଲେ ମନସ୍କାମନା ପୁରୁଣ ହୁଏ ବୋଲି ଲୋକ ମାନଙ୍କର ମନରେ ଗୋଟିଏ ବିଶ୍ୱାସ ଅଛି, କିନ୍ତୁ ଏହାର ସୁବିଧା ସୁଯୋଗ କରିବା ପାଇଁ ପ୍ରଶାସନ ର କୌଣସି ଦୃଷ୍ଟି ପୋଡୁ ନାହିଁ, ଯଦି ପ୍ରଶାସନ ଏହି ପୀଠ ଉପରେ ଦୃଷ୍ଟି ଦେଇଥାନ୍ତେ ଆଜି ଓଡ଼ିଶା ମାନ ଚିତ୍ରରେ ଏକ ଆକର୍ଷଣୀୟ ଶୈବ ପୀଠ ହୋଇ ରହିଥାନ୍ତା ।