Thursday, March 28, 2024

Top 5 This Week

Related Posts

ଆଜି କାର୍ତ୍ତିକ ଶେଷ ସୋମବାର : ରାଜରାଜେଶ୍ୱର ବେଶରେ ବାବା ଧବଳେଶ୍ୱର

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୦୭/୧୧) : ଆଜି କାର୍ତ୍ତିକ ମାସର ଶେଷ ସୋମବାର ବା ପଞ୍ଚୁକର ଆଜି ଚତୁର୍ଥ ଦିନ । ଯାହାକୁ ବୈକୁଣ୍ଠ ଚତୁର୍ଦ୍ଦଶୀ ବୋଲି କୁହାଯାଏ । ପଞ୍ଚକର ୪ର୍ଥ ଦିନରେ ବାବା ଧବଳେଶ୍ୱର ରାଜରାଜେଶ୍ୱର ବେଶରେ ଦର୍ଶନ ଦେଉଛନ୍ତି ।

ଆଜି କାର୍ତ୍ତିକ ଶେଷ ସୋମବାର ରାତ୍ରରେ ବାବାଙ୍କ ପାଖରେ ଗଜଭୋଗ ଲାଗି ହୋଇଛି । ଏହା ପରେ ଭକ୍ତଙ୍କ ମଧ୍ୟରେ ଗଜଭୋଗ ବଣ୍ଟା ଯାଇଛି । ଭକ୍ତମାନେ ବାବାଙ୍କର ରାଜରାଜେଶ୍ୱର ବେଶକୁ ଚର୍ମ ଚକ୍ଷୁରେ ନୁହେଁ ବରଂ ଏଲଇଡି ପରଦାରେ ଦର୍ଶନ କରୁଛନ୍ତି । ଧବଳେଶ୍ୱର ପୀଠକୁ ସଂଯୋଗ କରୁଥିବା ଝୁଲା ପୋଲକୁ ବିପଦସଙ୍କୁଳ ଦର୍ଶାଇ ପୀଠ ଚାରିପଟେ ୧୪୪ ଧାରା ଜାରି ହୋଇଛି । ଭକ୍ତଙ୍କ ଦର୍ଶନ ଲାଗି ଏଲ୍‌ଇଡି ବ୍ୟବସ୍ଥା କରାଯାଇଛି ।

ସେହିପରି ଆଜି ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାବିଗ୍ରହ ଲକ୍ଷ୍ମୀ-ନୃସିଂହ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ବାଙ୍କଚୁଡ଼ା ଓ ତ୍ରିବିକ୍ରମ ବେଶ ବେଳେ ମହାପ୍ରଭୁଙ୍କ ଠାରେ ଲାଗି ହୋଇଥିବା ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ଲକ୍ଷ୍ମୀନୃସିଂହ ବେଶରେ ମଧ୍ୟ ଲାଗିଥାଏ । ଜଗନ୍ନାଥ ହାତରେ ଶଙ୍ଖଚକ୍ର, ବଳଭଦ୍ର ହଳମୂଷଳ ଧାରଣ କରି ଏହି ବେଶରେ ଦର୍ଶନ ଦେବେ । ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି ହୋଇଛି । ଆଜି କାର୍ତ୍ତିକ ମାସର ଶେଷ ସୋମବାର ହୋଇଥିବାରୁ ଅଧିକ ଭକ୍ତ ଆସିଛନ୍ତି ।

Popular Articles