ଡୁଡୁକିଝରିଆ କପ୍: କୁଦଗୁଡା ଓ ସିଲଦାକୁ ହରାଇଲା ଡୁଡୁକିଝରିଆ

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୧୦/୧୦): ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ପଞ୍ଚାୟତ ଡୁଡୁକିଝରିଆ ଖେଳ ପଡିଆ ଚାଲିଥିବା ୬ଷ୍ଠ ଡୁଡୁକିଝରିଆ କ୍ରିକେଟ କପ ଦ୍ବିତୀୟ ଦିନରେ ଡୁଡୁକିଝରିଆ ଓ କୁଦଗୁଡା ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ଡୁଡୁକିଝରିଆ ପ୍ରଥମ ବ୍ୟାଟିଂ କରି ୧୨୦ ରନ୍ ସଂଗ୍ରହ କରିଥିଲେ ।

ଏହାର ଜବାବରେ ସମସ୍ତ ଉଇକେଟ ହରାଇ ୬୦ ରନ କରିଥିଲେ । ମଣ୍ଟୁ ଷଡ଼ଙ୍ଗୀ ମ୍ୟାନ ଅଫ ଦି ମ୍ୟାଚ ପାଇଥିଲେ । ଦ୍ବିତୀୟ ମ୍ୟାଚରେ ଡୁଡୁକିଝରିଆ ଓ ସିଲଦା ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ସିଲଦା ପ୍ରଥମ ବ୍ୟାଟିଂ କରି ୮୮ ରନ୍ ସଂଗ୍ରହ କରିଥିଲେ । ଏହାର ଜବାବରେ ୮.୫ ଓଭରରେ ବିଜୟୀ ହୋଇଥିଲେ । ପ୍ରଦୀପ ନାଗ ୫୯ ରନ ସଂଗ୍ରହ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ଦେବ ହଂସ ମୂଖ୍ୟ ଅତିଥି ଓ ପାନାଲାଲ ବାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମଣ୍ଟୁ ଷଡ଼ଙ୍ଗୀ ଓ ପ୍ରଦୀପ ନାଗଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଦେଇ ପୁରସ୍କୃତ କରିଥିଲେ । ଡିଲୁ ମାଝୀ, ପିଣ୍ଟୁ ବରିହା, ଦଳଗଞ୍ଜନ ମାଝୀ ଓ ଦେବ ଦାସ ଖେଳ ପରିଚାଳନା କରିଥିଲେ । ବୁବୁନ ମାଝୀ ସ୍କୋରର ଥିବା ବେଳେ ରତ୍ନାକର ମାଝୀ ଓ ପ୍ରତାପ ସାହୁ ଧାରାବିବରଣୀ ଦେଇଥିଲେ । ଅପୁ,ଟିଚୁ, ତ୍ରିନାଥ,ହେମାନନ୍ଦ ଓ ସାର୍ଦୁଳ ସହଯୋଗ କରିଥିଲେ ।

Comments are closed.