Advertisements
Monday, July 6, 2020
Home Children Issue ୯ ବର୍ଷର ଝିଅକୁ ବଳତ୍କାର ଅଭିଯୋଗ, ଜଣେ ଗିରଫ

୯ ବର୍ଷର ଝିଅକୁ ବଳତ୍କାର ଅଭିଯୋଗ, ଜଣେ ଗିରଫ

ଗଞ୍ଜାମ(ଓଡିଶା ନ୍ୟୁଜ୨୪): ବେଗୁନିଆପଡା ଫାଣ୍ଡି ଅଧିନସ୍ଥ କଞ୍ଚଣା ଗ୍ରାମର ସନାତନ ସାହୁଙ୍କ ଝିଅ (ଛଦ୍ମନାମ)ଚି଼ନୁଙ୍କୁ ତିରିଡ଼ା ଗ୍ରାମର ସୁଶାନ୍ତ କୁମାର ସାହୁ ଗତକାଲି ମା ଦୁର୍ଗାଙ୍କ ବିସର୍ଜନ ସମୟରେ ରାତ୍ର ୮.୩୦ ମି. ସମୟରେ କଞ୍ଚଣା ନିକଟରେ ରହୁଥିବା ଏକ ଘରକୁ ଟାଣିନେଇ ବଳତ୍କାର କରିଥିବା ବେଗୁନିଆପଡା ଫାଣ୍ଡିରେ ପୀଡିତାର ମା ସୁଞ୍ଜନି ସାହୁ ଲିଖିତ ଅଭିଯୋଗ ଦେଇଛନ୍ତି |

ଅଭିଯୁକ୍ତ ସୁଶାନ୍ତ ଦୀର୍ଘଦିନ ଧରି କଞ୍ଚଣା ଗ୍ରାମର ସଞ୍ଜିବଙ୍କ ହୋଟେଲରେ କାରିଗର ହିସାବରେ କାର୍ଯ୍ୟ କରୁଥିଲେ | ଅଭିଯୁକ୍ତ ଜଣଙ୍କ ସେହି ଗ୍ରାମରେ ଏକ ଘରଭଡା ନେଇ ରହୁଥିଲେ | ଏବଂ ସୁଞ୍ଜନାଙ୍କ ୯ବର୍ଷର ଝିଅ ଚି଼ନୁ ରାତ୍ର ୮.୩୦ମି. ସମୟରେ ପରିସ୍ରା କରିବା ପାଇଁ ଘର ବାହାରକୁ ଆସିଥିବା ବେଳେ ସେହି ସମୟରେ ସୁଶାନ୍ତ ଚି଼ନୁଙ୍କୁ ଟାଣିନେଇ ନିଜେ ରହୁଥିବା ଭଡାଘର ମଧ୍ୟରେ ବଳତ୍କାର କରିଥିବା ଏତଲାରେ ଦର୍ଶାଯାଇଛି | ଏ ନେଇ ବେଗୁନିଆପଡା ପୋଲିସ ଘଟଣା ସ୍ଥଳରେ ଅଭିଯୁକ୍ତ ସୁଶାନ୍ତଙ୍କୁ କରିବା ସହ କେସ ନଂ ୨୭୫/୧୯ ରେ ଏକ ମାମଲା ରୁଜୁ କରିଥିବା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: