ଗୁଣୁପୁର ଟାଉନ ହଲ ଠାରେ ଦୁର୍ନୀତି ନିବାରଣ ସଚେତନତା ଶିବିର ଅନୁଷ୍ଠିତ

0
160
ଗୁଣୁପୁର ଟାଉନ ହଲ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୭/୧୧) : ଗୁଣୁପୁର ଟାଉନ ହଲ ଠାରେ ଦୁର୍ନୀତି ନିବାରଣ ସଚେତନତା ଶିବିର ଅନୁଷ୍ଠିତ । ସମାଜରେ ବଢି ଚାଲିଥିବା ଦୁର୍ନୀତି ରୋକିବା ଦିଗରେ ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗର ଚଢ଼ାଉ ଏବଂ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ହୋଇ ପାରୁନି । ଏହାକୁ ରୋକିବାରେ ଜନ ସଚେତତା ର ଆବଶ୍ୟକତା ଅବସମ୍ଭାବି ହୋଇ ପଡ଼ିଛି ।WhatsApp Image 2022 11 07 at 10.35.09 1 ଗୁଣୁପୁର ଟାଉନ ହଲ ଠାରେ ଦୁର୍ନୀତି ନିବାରଣ ସଚେତନତା ଶିବିର ଅନୁଷ୍ଠିତ

ଗୁଣୁପୁର ଟାଉନ ହଲ ଠାରେ ଦୁର୍ନୀତି ନିବାରଣ ଜନ ସଚେତନତା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁର୍ନୀତି ନିବାରଣ ସଚେତତା ସପ୍ତାହ ପାଳନ କରାଯାଉଛି । ଏହି ଅବସରରେ ଆଜି ରାୟଗଡ଼ା ଜିଲ୍ଲା ଗୁଣପୁର ଟାଉନ ହଲ ଠାରେ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ଗୁଣପୁର ଶାଖା ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୨ ପାଳିତ ହୋଇଯାଇଛି ।

ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାମନାଗୁଡା ବ୍ଲକ ଅଧ୍ୟକ୍ଷ ଶ୍ରୀ ରବି ଶଙ୍କର ଗମାଙ୍ଗ, ସମ୍ମାନିତ ଅତିଥି ଭାବେ ଜି ଆଇ ଇ ଟି ବିଶ୍ଵ ବିଦ୍ୟାଳୟର ଉପ ସଭାପତି ତଥା ପ୍ରାକ୍ତନ ପ୍ରାଧ୍ୟାପକ ଶ୍ରୀ ଡାଃ. ଚନ୍ଦ୍ରଧ୍ଵଜ ପଣ୍ଡା ଓ ମୁଖ୍ୟ ବକ୍ତା ଭାବେ ଖାଉଟି ବିବାଦ ବିଚାର ଅଦାଲତ ର ପ୍ରାକ୍ତନ ସଭାପତି ତଥା ସାମାଜସେବୀ ଶ୍ରୀ ପ୍ରଦୀପ କୁମାର ଦାଶ ଙ୍କ ସହ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ଗୁଣପୁର ଶାଖା ର କାର୍ଯ୍ୟକାରୀ ସଭାପତି ଶ୍ରୀ ହରି ହର ଶତପଥୀ ଏବଂ ସାଧାରଣ ସମ୍ପାଦକ ଚେପାଲି ପ୍ରେମ କୁମାର ଉପସ୍ଥିତ ରହି ମଞ୍ଚାସିନ ରହିଥିଲେ ।

ପ୍ରଥମେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ୱଳନ କରାଯିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଶା ଦୁର୍ନୀତି ସଂଘର୍ଷ ମଞ୍ଚ ରାଜ୍ୟ ଶାଖାର ଯୁବ ସଂଯୋଜକ ଶକ୍ତି ପ୍ରଦ ଦାଶ ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚର ଆଭିମୁଖ୍ୟ ସ୍ପଷ୍ଟ ଉପସ୍ଥାପନା କରିଥିଲେ । ଦୁର୍ନୀତି ନିବାରଣ କ୍ଷେତ୍ରରେ ସାଧାରଣ ଜନତା ଏବଂ ଯୁବ ପିଢ଼ି ର କର୍ତ୍ତବ୍ୟ ବିଷୟରେ ମଞ୍ଚାଷିନ ଅତିଥି ମାନେ ଆଲୋକପାତ କରି ସମ୍ଭାଷଣ ବ୍ୟକ୍ତ କରିଥିଲେ । ସଭା କାର୍ଯ୍ୟକ୍ରମ ର ଶେଷ ପର୍ଯ୍ୟାୟରେ ଦୁର୍ନୀତି ନିବାରଣ କ୍ଷେତ୍ରରେ ସ୍ୱର ଉଠାଇ କାର୍ଯ୍ୟ କରୁଥିବା କିଛି ସ୍ଵେଚ୍ଛାସେବୀ, ସୁଚନା ଅଧିକାର କର୍ମୀ ଓ ଯୁବ ସାମ୍ବାଦିକ ଙ୍କୁ ମଞ୍ଚ ପକ୍ଷରୁ ସମ୍ମାନୀତ କରାଯାଇଥିଲା ।WhatsApp Image 2022 11 07 at 10.35.07 ଗୁଣୁପୁର ଟାଉନ ହଲ ଠାରେ ଦୁର୍ନୀତି ନିବାରଣ ସଚେତନତା ଶିବିର ଅନୁଷ୍ଠିତ

ସମ୍ମାନୀତ ବ୍ୟକ୍ତି ଙ୍କ ମଧ୍ୟରେ ସର୍ବଶ୍ରୀ ୱାଇ ଗଣପତି ରାଓ ,ପ୍ରମୋଦ କୁମାର ସାହୁ, ସୂର୍ଯ୍ୟ ନାରାୟଣ ରଥ, ପିଙ୍କି ମହାପାତ୍ର ଏବଂ ସୁନିଲ କୁମାର ସାବତ ଙ୍କୁ ସମ୍ମାନୀତ କରାଯାଇଛି । ଅପର ପକ୍ଷରେ ଦୁର୍ନୀତି ନିବାରଣ କ୍ଷେତ୍ରରେ ଅହରହ ବିଦ୍ୟାର୍ଥୀ ଓ ଯୁବ ସମାଜକୁ ସଚେତନତା କରି ଆସୁଥିବା ମହର୍ଷି ଗୁରୁକୁଳ ମହା ବିଦ୍ୟାଳୟ, ଥୟାରମା ମହିଳା ମହାବିଦ୍ୟାଳୟ ଓ ବଂଶଧାରା ମହାବିଦ୍ୟାଳୟ କୁ ମଞ୍ଚ ପକ୍ଷରୁ ସାଧୁବାଦ୍ ଜ୍ଞାପନ କରିବା ସହ ସମ୍ମାନୀତ କରାଯାଇଛି l

ପରିଶେଷରେ ଅତିଥି ଓ ସଭାରେ ସମସ୍ତ ବ୍ୟକ୍ତି ବିଶେଷ, ଯୁବପୀଢ଼ି ଓ ବିଦ୍ୟାର୍ଥୀ ଙ୍କ ଦ୍ଵାରା ସମବେତ ବନ୍ଦେ ମାତରମ୍ ସଙ୍ଗୀତ ଗାନ କରାଯାଇ ସଭା ସାଙ୍ଗ କରାଯାଇଥିଲା l ମୁଖ୍ୟତଃ ସମାଜରେ ବଢିଚାଲିଥିବା ଦୁର୍ନୀତିର ମୂଳଉତ୍ପାଟନ କରିବାକୁ ହେଲେ ଯୁବସମାଜ ଆଗକୁ ଆସିବାକୁ ଆହ୍ୱାନ ଦିଆଯାଇଥିଲା ।