Advertisements
Monday, July 6, 2020
Home Development ଖଣ୍ଡିଆନଈ ପଞ୍ଚାୟତରେ ମୋ ଗାଁରେ ତହସିଲ ଶିବିର କାର୍ଯ୍ୟକ୍ରମ

ଖଣ୍ଡିଆନଈ ପଞ୍ଚାୟତରେ ମୋ ଗାଁରେ ତହସିଲ ଶିବିର କାର୍ଯ୍ୟକ୍ରମ

ରିପୋର୍ଟ: ଓଡିଶା ନ୍ୟୁଜ୨୪
ଗଞ୍ଜାମ(୧୦/୧୦): ରାଜ୍ୟ ସରକାର ମୋ ସରକାର ଓ ଫାଇବ୍ ଟି କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି | ଏହି ପରିପ୍ରେକ୍ଷୀରେ ଆରମ୍ଭ ହୋଇଛି ମୋ ଗାଁ ରେ ତହସିଲ ଶିବିର । ଲୋକେ ରାଜସ୍ବ ବିଭାଗର ସମସ୍ତ ସେବା ପାଇବେ ନିଜ ଗାଁ ତଥା ନିଜ ପଞ୍ଚାୟତରେ ।

ରାଜସ୍ବ ବିଭାଗରେ ଥିବା ମାମଲା ଗୁଡିକର ମଧ୍ୟ ତ୍ବରିତ ଫଇସଲା କରାଯିବ।ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସାରା ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଗୁରୁବାର ବେଗୁନିଆପଡ଼ା ବ୍ଳକ ଖଣ୍ଡିଆନଈ ପଞ୍ଚାୟତର କଲ୍ଯାଣ ମଣ୍ଡପ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜନସାଧାରଣ ବିଭିନ୍ନ ସେବା ପାଇବା ପାଇଁ ତହସିଲ କାର୍ଯ୍ଯାଳୟକୁ ବାରମ୍ବାର ଦୌଡୁଥିବା ବେଳେ ସଠିକ୍ ସମୟରେ ସେବା ନ ପାଇ ହନ୍ତସନ୍ତ ହେଉଛନ୍ତି। ଏଥିପାଇଁ ଏବେ ଆଉ ତହସିଲକୁ ଦୌଡ଼ିବାକୁ ପଡିବ ନାହିଁ। ଗରିବ ତଥା ଭୂମିହୀନ ଲୋକମାନଙ୍କ ପାଇଁ ବସୁନ୍ଧରା ଯୋଜନାରେ ଘରଡିହ ପ୍ରଦାନ, ବିଭିନ୍ନ ପ୍ରକାରର ମ୍ୟୁଟେସନ, ଇ ପାଉତି, ମିସଲେନିଅସ୍ ସାର୍ଟିଫିକେଟ ପ୍ରଦାନ, ଗ୍ରାମକଣ୍ଠ, ଓ ଏଲ୍ ଆର୍ ୮ ଏ ପ୍ରଭୃତିର ସୁବିଧା ସୁଯୋଗ ସରକାରଙ୍କ ନିୟମ ଅନୁସାରେ ଉଚିତ୍ ସମୟ ମଧ୍ୟରେ ସେବା ଯୋଗାଇଦେବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ବୋଲି ତହସିଲଦାର ମତବ୍ୟକ୍ତ କରିଥିଲେ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: