୨୭ତମ ବାର୍ଷିକ କ୍ରୀଡା ଉତ୍ସବ ଗୁଣପୁରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଉଦଯାପିତ 

0
340
୨୭ତମ ବାର୍ଷିକ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୬/୧୧) : ତା ୦୬/୧୧/୨୦୧୨ରିଖ ଶନିବାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଣପୁରର ୨୭ତମ ବାର୍ଷିକ କ୍ରୀଡା ଉତ୍ସବ ଉଦ୍ଯାପିତ ହୋଇଯାଇଛି ।WhatsApp Image 2022 11 07 at 10.18.02 ୨୭ତମ ବାର୍ଷିକ କ୍ରୀଡା ଉତ୍ସବ ଗୁଣପୁରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଉଦଯାପିତ 

୨୭ତମ ବାର୍ଷିକ କ୍ରୀଡା ଉତ୍ସବ ଗୁଣପୁରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଉଦଯାପିତ । ଇତ୍ୟବସରରେ ଜାତୀୟ ଆରକ୍ଷୀ ବାହିନୀର (ଭାମିନୀ କ୍ୟାମ୍ପ) ର କମାଣ୍ଡର ଶ୍ରୀ ଦିଲ୍ଲୀପ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଶ୍ରୀ ମତୀ ମମତା ମିଶ୍ର ସଂଯୋଜନା କରିଥିଲେ ।

ଅନୁଷ୍ଠାନ ର ସମ୍ପାଦକ ଶ୍ରୀ ସୋମନାଥ ଗୌଡ ସଭାପତି ଶ୍ରୀ ବି ଗଜପତି ରାଓ ଯୁଗ୍ମ ସମ୍ପାଦକ ଶ୍ରୀ ମୋହନ ଚନ୍ଦ୍ର ସାହୁ ଉପ ସଭାପତି ଶ୍ରୀ ମୀନକେତନ ପଣ୍ଡା ଓ ସଦସ୍ୟା ଶ୍ରୀମତୀ ପ୍ରତିଭା ରଥ ଉପସ୍ଥିତ ଥିଲେ । ଏତଦ୍ ଵ୍ୟତୀତ ପୂର୍ବତନ ସଭାପତି ଶ୍ରୀ ଲଳିତ କୁମାର ବୈଦ୍ୟଭୂଷଣ , ସଦସ୍ୟା ଶ୍ରୀମତି ଅମ୍ବିକାରାଣୀ ମହାପାତ୍ର ଓ ସଂକୁଳ ପ୍ରମୁଖ ଶ୍ରୀ ଜଗନ୍ନାଥ ପଟ୍ଟନାୟକ ଉପସ୍ଥିତ ଥିଲେ ।WhatsApp Image 2022 11 07 at 10.18.02 1 ୨୭ତମ ବାର୍ଷିକ କ୍ରୀଡା ଉତ୍ସବ ଗୁଣପୁରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଉଦଯାପିତ 

ସମାରୋପ ଉତ୍ସବ ରେ ବରିଷ୍ଠ ଶିଶୁ ମାନଙ୍କ ଦ୍ଵାରା ଅଗ୍ନି ବଳୟ ଓ ପିରାମିଡ ପ୍ରଦର୍ଶନ ହେବା ସହିତ ଯୋଗାସନ ଓ ଭଉଣୀ ମାନଙ୍କ ଦ୍ୱାରା ଲେଜିମ୍ସ ପ୍ରଦର୍ଶନ ହୋଇଥିଲା । ବିଭିନ୍ନ ଖେଳରେ କୃତିତ୍ୱ ଅର୍ଜନ କରିଥିବା ଶିଶୁ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଅନୁଷ୍ଠାନର ଶାରୀରିକ ପ୍ରମୁଖ କରନ୍ କଂସବେହେରା ଓ ସହ ଶାରୀରିକ ପ୍ରମୂଖ ମନୋଜ କୁମାର ମହାରଣା ପରିଚାଳନା କରିବା ସହିତ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।