Advertisements
Monday, July 6, 2020
Home Cultural & Festival ଜେକେ କାଗଜ କଳ ରାବଣ ପୋଡି ଅନୁଷ୍ଠିତ ବାହୁ ଦର୍ଶକ ଙ୍କ ସମାଗମ ...

ଜେକେ କାଗଜ କଳ ରାବଣ ପୋଡି ଅନୁଷ୍ଠିତ ବାହୁ ଦର୍ଶକ ଙ୍କ ସମାଗମ ଦର୍ଶକଙ୍କ ଜନସମାଗମ

ରିପୋର୍ଟ: ଜ଼ିଲ୍ଲା ପ୍ରତିନିଧି ଅମୁଲ୍ୟ ନିଶଙ୍କ
ରାୟଗଡ(୦୯/୧୦): ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅଧୀନସ୍ଥ ଜେକେପୁର ଠାରେ ଜେକେ କାଗଜ କଳ ଦ୍ୱାରା ଅନୁଷ୍ଠିତ ହେଉଥିବା ଶାରଦୀୟ ଦୁର୍ଗା ପୂଜାର ରାବଣ ପୋଡି କାର୍ଯ୍ୟକ୍ରମରେ ୨୦ହଜାରରୁ ଉର୍ଦ୍ଧ ଜନସମାଗମ ଦେଖିବାକୁ ମିଳିଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡଃ.ସର୍ବଣା ବିବେକ ଏମ.ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା ଉପସ୍ଥିତ ରହିଥିଲେ । ଜେକେ କାଗଜ କଳର କାର୍ଯ୍ୟ ନିର୍ବାହୀ ଉପସଭାପତି ତଥା ଦୁର୍ଗା ପୂଜା କମିଟିର ଅଧ୍ୟକ୍ଷ ପବନ କୁମାର ସୂରୀ, ସଂପାଦକ ସଂଦୀପ ପାଣ୍ଡେ, ଯୁଗ୍ମ ସଂପାଦକ ଏସ.କେ.ସାମନ୍ତରାଏଙ୍କ ସମତେ ଉପଦେଷ୍ଠା ମଣ୍ଡଳୀର ବିନୟ ଦ୍ୱିବେଦୀ, ବିଶ୍ୱଜିତ ଦ୍ୱିବେଦୀ, ଲୋକ ସଂପର୍କ ଅଧିକାରୀ ସୁନୀଲ କୁମାର ନାଥଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ଏହି ଅବସରରେ ପୁଜା କମିଟି ପକ୍ଷରୁ ଚଳିତ ବର୍ଷ ୫୦ଫୁଟ ଉଚ୍ଚତାର ରାବଣ ପୁତଲିକା ତିଆରି ହୋଇଥିବା ବେଳେ ରାବଣ ପୋଡି ଓ ସୁନ୍ଦର ଆତସବାଜ କାର୍ଯ୍ୟକ୍ରମକୁ ସମସ୍ତେ ଉପଭୋଗ କରିଥିଲେ । ଅସତ୍ୟ ଉପରେ ସତ୍ୟର, ଅନ୍ଧାର ଉପରେ ଆଲୋକ ଓ ଅଧର୍ମ ଉପରେ ଧର୍ମର ବିଜୟ ବୋଲି ମୁଖ୍ୟ ଅତିଥି ଶ୍ରୀ ସର୍ବଣା ବିବେକ ପ୍ରକାଶ କରିଥିଲେ । ସେହିପରି ପୂଜା ମଣ୍ଡପ ପଡିଆର ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବା ସହ ମୀନାବଜାର ଓ ସୁସ୍ୱାଦ୍ୟ ଖାଦ୍ୟଷ୍ଟଲଗୁଡିକରେ ଜନସମାଗମ ଦେଖିବାକୁ ମିିଳିଥିଲା । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଚାନ୍ଦିଲି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବରତୁଣ୍ଡା ଠାରେ ତମନ୍ନା ସଙ୍ଗୀତ ଷ୍ଟୁଡିଓ ଉଦଘାଟିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୪/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବରତୁଣ୍ଡା ଗ୍ରାମଠାରେ ଶ୍ରୀ ସୁନୀଲ ତାଣ୍ଡି ନିଜସ୍ୱ ଉଦ୍ୟମ ବଳରେ...

ଦୁଇ ଦିନିଆ ସଟଡାଉନ ରେ ପୁଲିସର ପେଟ୍ରୋଲିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ପଜିଟିଭ ବଡି ଚାଲିଛି ଫଳରେ ଦୁଇ ଦିନିଆ ସଟ...

ବିଦ୍ୟାଳୟ ଶ୍ରେଣୀ ଗୃହରେ ଅଚିହ୍ନl ମହିଳାଙ୍କ ସନ୍ଧେହ ଜନକ ମୃତ୍ୟୁ

ରିପୋର୍ଟ: ଏନ.ସନ୍ତୋଷ କୁମାର //ବୈପାରୀଗୁଡା (୦୫/୦୭): ବୈପାରୀଗୁଡା ଥାନା ଅନ୍ତର୍ଗତ କଲାର ପଞ୍ଚାୟତ ରାମପୁର ମାଳିଗୁଡାରେ ଏକ ଅମାନୁଷିକ ଘଟଣା ଘଟିଛି l

ଗୁଣୀ ଗରେଡି ସନ୍ଦେହରେ ଗ୍ରାମରୁ ବାହାର କଲେ ଗ୍ରାମବାସୀ

ରିପୋର୍ଟ: ରାଜକମଲ ପୁରୋହିତ //ଚିତ୍ରକୋଣ୍ଡା (୦୪/୦୭): ଅନ୍ଧ ବିଶ୍ୱାସ ର ବସି ଭୁତ ହୋଇ ଗୁଣିଗାରେଡି ସନ୍ଦେହରେ ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଗଜୁଲମାମୁଡ଼ି ପଂଚାୟତ ଅନ୍ତର୍ଗତ ତୋଟାଗୁଡା...

Recent Comments

%d bloggers like this: