ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ଥାନାରେ ଏତଲା

0
481
ଡ୍ରାଇଭର ମହାସଂଘ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୬/୧୧) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଡ୍ରାଇଭର ମହାସଙ୍ଘ ପକ୍ଷରୁ ନାରାୟଣପୁର ଶିବ ମନ୍ଦିର ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା।WhatsApp Image 2022 11 07 at 09.52.33 ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ଥାନାରେ ଏତଲା

ଏହି ବୈଠକ ନିଲାକଣ୍ଟେଶ୍ୱର ମଟର ୱାର୍କସ ୟୁନିୟନ କଲ୍ୟାଣସିଂହପୁର ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ପାଇଁ ପ୍ରସ୍ତୁତ କରାଯାଇଥିଲା । ନିଲାକଣ୍ଟେଶ୍ୱର ମଟର ୱାର୍କସ ୟୁନିୟନ ର ସଭାପତି ଗଜେନ୍ଦ୍ର ଗରଡିଆ ଙ୍କ ନେତୃତ୍ୱରେ ବ୍ଲକ ଡ୍ରାଇଭର ମହାସଂଘ ପକ୍ଷରୁ ଏକ ମେମରାଣ୍ଡମ ପ୍ରସ୍ତୁତ କରାଯାଇ କଲ୍ୟାଣସିଂହପୁର ଥାନା ରେ ଏ ଏସ ଆଇ ଅଶୋକ କୁମାର ନାଏକ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ନିକଟକୁ ଦାବୀ ପତ୍ର ପ୍ରଦାନ କରିଥିଲେ ।

ଏଥିରେ ଉଲ୍ଲେଖ ରହିଛି ଯେ ସମ୍ବଲପୁର ଠାରୁ ଭୁବନେଶ୍ୱର ନବୀନ ନିବାସ ପର୍ଯ୍ୟନ୍ତ ଦଣ୍ଡବତ ଯାତ୍ରା ଓଡ଼ିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଗତ ୨୯ ଅଗଷ୍ଟ ମାସ ରେ ମହାସଙ୍ଘ ତରଫରୁ ଓଡ଼ିଶା ସରକାର ଙ୍କୁ ୯ ଦଫା ଦାବିପତ୍ର ଦିଆଯାଇଥିଲା । କିନ୍ତୁ ଦୀର୍ଘ ଦିନ ଧରି ଦାବି ପୂରଣ ନ ହେବା ଯୋଗୁଁ ଉକ୍ତ ଦଣ୍ଡବତ ଯାତ୍ରା ର ଆୟୋଜନ କରାଯାଇଛି । ଆଗାମୀ ଦିନରେ ଓଡ଼ିଶା ଡ୍ରାଇଭର ମହାସଂଘ ତରଫରୁ କୌଣସି ପ୍ରକାର ଷ୍ଟିରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ଡାକରା ଆସେ ତାହାହେଲେ ଆମେ କଲ୍ୟାଣସିଂହପୁର ବ୍ଳକ ଡ୍ରାଇଭର ସଙ୍ଘ ମଧ୍ୟ ଆନ୍ଦୋଳନରେ ପୂର୍ଣ୍ଣ ସହଯୋଗ କରିବୁ ବୋଲି ନାଗଭୂଷଣ ତାଡିଙ୍ଗି, ରାମ ପ୍ରସାଦ ପାଢ଼ୀ ଓଗଜିନ୍ଦ୍ର ଗରଡିଆ ସମେତ ବ୍ଳକ ର ସମସ୍ତ ଡ୍ରାଇଭର ମାନେ କହିଛନ୍ତି ।