Thursday, August 6, 2020
Home Development ସରକାର ଦେଉଛନ୍ତି ବିକାଶର ନାରା ହେଲେ ଦୁର୍ଗମ ଅଂଚଳକୁ ଭେଦି ପାରିନି ବିକାଶର ଚିତ୍ର

ସରକାର ଦେଉଛନ୍ତି ବିକାଶର ନାରା ହେଲେ ଦୁର୍ଗମ ଅଂଚଳକୁ ଭେଦି ପାରିନି ବିକାଶର ଚିତ୍ର

ରିପୋର୍ଟ: ଡିଙ୍ଗର କିଶୋର ସାହୁ
ମ.ରାମପୁର(୦୯/୧୦): ଗ୍ରାମାଞ୍ଚଳରେ ଲୋକଙ୍କ ବିକାଶ ପାଇଁ ସରକାରଙ୍କ ର ରହିଛି ଆମ ଗାଁ ଆମ ବିକାଶ ଭଳି ଅନେକ ଯୋଜନା, ହେଲେ ଏଭଳି ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ ହେଉଥିଲେ ମଧ୍ୟ ଆଜି ବି ଏଭଳି ଅନେକ ଗାଁ ଅଛି ଯେଉଁଠି ଶିକ୍ଷା, ସଡକ, ସ୍ବାସ୍ଥ୍ୟ ତଥା ପାନୀୟ ଜଳ ଭଳି ମୌଳିକ ସୁବିଧା ସାତସପନ |

ଏଭଳି ଅଭିଯୋଗ ଆସିଛି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ଅନ୍ତର୍ଗତ ଗାଦାଡ଼ି ଗାଁ ରୁ । କଳାହାଣ୍ଡି ଜିଲ୍ଲାର ପାହାଡ ପର୍ବତ ଘେରା ଆଦିବାସୀ ଅଧିଷ୍ଠିତ ଗଦାଡି ଗାଁ । ଗାଁ ରେ ରୁହନ୍ତି ପ୍ରାୟ ୨୦୦ରୁ ଅଧିକ ଲୋକ କିନ୍ତୁ ବିକାଶର ସୂର୍ଯ୍ୟ ସତେ ଯେମିତି ଉଦୟ ହୋଇନି ଏ ଗାଁ ଲୋକଙ୍କ ପାଇଁ | ଆଜି ପର୍ଯ୍ୟନ୍ତ ଗାଁ କୁ ସଂଯୋଗ ପାଇଁ ପକ୍କା ରାସ୍ତାଟିଏ ନାହିଁ । ଫଳରେ ଗାଁ କୁ ଯିବାକୁ ହେଲେ ଅନେକ ନଇଁ ନାଳ ପାର ହୋଇ ଆବୁଡା ଖାବୁଡା ରାସ୍ତା ଦେଇ ଯିବାକୁ ପଡେ | ଆଉ ସେତିକିରେ ଯଦି ଚିକିତ୍ସା ପ୍ରାପ୍ତି ହଉ କି ଗର୍ଭବତୀ ମହିଳା ଙ୍କ ପ୍ରସବ ପାଇଁ ହଉ ଡାକ୍ତରଖାନା ପହଂଚିବା ଯୁଦ୍ଧରୁ ବିଜୟ ପାଇବା ସହ ସମାନ | ପିଇବା ପାଣି ବୁନ୍ଦାଏ ପାଇଁ ଗ୍ରାମବାସୀ ଡହଳ ବିକଳ ହେଇ ନାଳ ଉପରେ ନିର୍ଭର କରୁଥିବା ବେଳେ, ଶିକ୍ଷା, ସ୍ୱାସ୍ଥ୍ୟ ସେବା କଥା ପଚାରେ କିଏ ? ଗାଁରେ ସ୍କୁଲ ନ ଥିବାରୁ ଛାତ୍ର ଛାତ୍ରୀ ବିପଦ ସଂକୁକ ଅବସ୍ଥାରେ ନଦୀ ନାଳ ପାର ହୋଇ ପାଠ ପଡ଼ିବାକୁ ଯାଉଛନ୍ତି | ତାହା ପୁଣି ଘନ ଜଙ୍ଗଲ ଭରା ରାସ୍ତାରେ | ତେବେ ଗାଁ ଲୋକଙ୍କ କହିବା କଥା ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କୁ ଗୁହାରୀ କଲେ ମଧ୍ୟ ଫଳ ଶୂନ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜନ୍ମରୁ ଅନ୍ଧ, ପୁଣି ସ୍ତ୍ରୀ ଶଯ୍ୟାଶାୟୀ, ମୁଣ୍ଡ ଗୁଞ୍ଜିବା ପାଇଁ ବାରଦୁଆର-ପ୍ରଶାସନର ଦୃଷ୍ଟି ପଡୁ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଲକ ବୁଡେନ ଗ୍ରାମପଂଚାୟତ ଅନ୍ତର୍ଗତ ସିଲେଟପାଲି ଗ୍ରାମର ରଘୁ ନାଗର ଏକ ଦୁଃଖଦ କାହାଣୀ । ଜନ୍ମ...

ବନ୍ଧୁଗାଁ ରେ ବିଭିନ୍ନ କାର୍ଯ୍ୟାଳୟରେ ନିରବ ପ୍ରର୍ଥନ ସହ ଶପଥ ପାଠ ଅନୁଷ୍ଠିତ

ରିପୋର୍ଟ: ମିନା ବେହେରା // ବନ୍ଧୁଗାଁ (ତା୫:୮:୨୦): ବନ୍ଧୁଗାଁ ବ୍ଲକଠାରେ ଆଜି ପୋଲିସ ବିଭାଗର ସମସ୍ତ ଅଧ8କାରୀ,ଅଗ୍ନିଶମ ବିଭାଗର ସମସ୍ତ ଅଧିକାରୀ ଓ ବନ ବିଭାଗର ରେଞ୍ଜର କାର୍ଯ୍ୟାଳୟର ସମସ୍ତ ଅଧିକାରୀଙ୍କ ଉପିସ୍ତିତରେ ଆଜି...

ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଅବସରରେ ବୋରିଗୁମ୍ମା ଭା.ଜ.ପା.ତରଫରୁ ହୋମ ଓ ପୂଜାପାଠ

ରିପୋର୍ଟ : ରବିଶଙ୍କର ମହାପାତ୍ର // କୋରାପୁଟ(୦୫/୦୮): ଆଜି ପୂର୍ବାହ୍ନରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଶ୍ରୀରାମ ମନ୍ଦିର ପରିସରରେ ଭାରତୀୟ ଜନତା ପାର୍ଟି ତରଫରୁ ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉପଲକ୍ଷେ ସାମାଜିକ...

ଆନ୍ତର୍ଜାତୀକ ସ୍ତରରେ ଗଙ୍ଗାଧର ଜୟନ୍ତୀର ପ୍ରଥମ ୱେବନିଅର, ଦୁବାଇ ପଶ୍ଚିମ ଓଡିଶା କମ୍ୟୁନିଟିର ଆଲୋଚନା ଚକ୍ର

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (୦୬/୦୮): ପବିତ୍ର ଶ୍ରାବଣ ପୁର୍ଣ୍ଣିମା ଦିବସରେ ୟୁଏଇ ଅନ୍ତର୍ଗତ ଦୁବାଇରେ ଡିଜିଟାଲାଇଜେସନ ଭାବରେ ପ୍ରଥମ ଥର ପାଇଁ ଗଙ୍ଗାଧର ଜୟନ୍ତୀ ପାଳିତ ହୋଇଯାଇଛି । ପଶ୍ଚିମ...

Recent Comments

%d bloggers like this: