ବିନିକା ଅଞ୍ଚଳରେ ଦଶମୀ ଓ କଳାସି ଯାତ୍ରା ବହୁ ଧୁମଧାମ ରେ ପାଳିତ

0
280
ବିନିକା ଅଞ୍ଚଳରେ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୫/୧୧) : ବିନିକା ଅଞ୍ଚଳରେ ପ୍ରସିଦ୍ଧ ଶୈବପୀଠ ଚରଦା କପିଳେଶ୍ୱର ମନ୍ଦିର ଠାରେ ଦଶମୀ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ତା’ପରଦିନ ଅର୍ଥାତ ଏକାଦୁଶୀ ତିଥିରେ କଳାସୀ ଯାତ୍ରା ଅନୁଷ୍ଠିତ ହୋଇଛି ।

ବିନିକା ଅଞ୍ଚଳରେ ଦଶମୀ ଓ କଳାସି ଯାତ୍ରା ବହୁ ଧୁମଧାମ ରେ ପାଳିତ । ଏହି ଅବସରରେ ଡଭଲା ମାଁ ମାହେଶ୍ୱରୀ ଙ୍କ ପୀଠ ରୁ ସମସ୍ତ ଦେବାଦେବୀ ବାହାରି ନିକଟସ୍ଥ ପୋଖରୀ କୁ ସ୍ନାନ ପାଇଁ ଯାଇଥିଲେ । ପାରମ୍ପରିକ ରୀତିନୀତି ଅନୁସାରେ ଛତର ଶୋଭାଯାତ୍ରା ରେ ଢୋଲ ନିଶାନ ର ବାଦ୍ୟ ତଲେତଲେ ବରୁଆ ମାନେ ଗାଁ ଦାଣ୍ଡ ରେ ନାଚିନାଚି ସମସ୍ତ ଙ୍କୁ ଦର୍ଶନ ଦେଇଥିଲେ । ପରେ ଗାଁ ପରିଭ୍ରମଣ ପରେ ମାଁ ତାଙ୍କ ପୀଠ କୁ ଆସିଥିଲେ । ଡଭଲା ରେ ଅନୁଷ୍ଠିତ କଳାସି ଯାତ୍ରା ରେ ପୂଜକ ଭାବେ ରାମ ପ୍ରସାଦ ମିଶ୍ର ପୂଜା କାର୍ଯ୍ୟ ତୁଲାଇ ଥିବାବେଳେ ବରୁଆ ଭାବରେ ଯୁଗିନ୍ଦ୍ର ଗରିଆ ଓ ଗୋକୁଳ କର୍ମୀ ଦାୟିତ୍ୱ ନିର୍ବାହ କରିଥିଲେ ।

ସେହିପରି ସର୍ଗୁଣା ରେ ଅନୁଷ୍ଠିତ କଳାସି ଯାତ୍ରା ରେ କଳାସି ମନ୍ଦିର ରେ ପୂଜକ ଦେବାର୍ଚ୍ଚନ ବାଘ ଓ ଦେବ ବାଗ ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ସିଂଘିଯୁବା ସରପଞ୍ଚ ପଦ୍ମିନୀ ତ୍ରିପାଠୀ ଓ ୱାର୍ଡ ମେମ୍ବର ସୁମିତ୍ରା ଭୁଏ, ସ୍ୱେଚ୍ଛାସେବୀ ସଂଜୀବ ତ୍ରିପାଠୀ, ଶଙ୍କର୍ଷଣ ଭୁଏ ପ୍ରମୁଖ ସେଠାରେ ମାଁ ଙ୍କ ଦର୍ଶନ କରିଥିଲେ । ଏଥିରେ ବରୁଆ ଭାବରେ ଗୁପ୍ତେଶ୍ୱର ବାଘ ଦାଇତ୍ୱ ତୁଲାଇଥିଲେ । ପରେ ରାତ୍ର ସମୟରେ ଜାମପାଲି ଓ ପଲସାପାଲି ମହିଳା ବୈଠକି ସଂକୀର୍ତ୍ତନ୍ୟ ଅନୁଷ୍ଠିତ ହୋଇଥିଲା । ଏଥି ସହିତ ବଳାରଙ୍ଗା, ସେଲେଡି ପ୍ରଭୃତି ସ୍ଥାନରେ କଳାସୀ ଯାତ୍ରା ସମ୍ପନ୍ନ ହୋଇଯାଇଛି ।