ଜିଲ୍ଲାସ୍ତରୀୟ ସୁରଭି ରେ ଦୂଲୁକିଲା ମଞ୍ଚ

0
197
ଜିଲ୍ଲାସ୍ତରୀୟ ସୁରଭି

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୫/୧୧) : ରାୟଗଡ଼ା ଜିଲ୍ଲାସ୍ତରୀୟ ସୁରଭି ଶନିବାର ରାୟଗଡ଼ା ସରକାରୀ ବାଳିକା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି ।WhatsApp Image 2022 11 05 at 21.37.59 ଜିଲ୍ଲାସ୍ତରୀୟ ସୁରଭି ରେ ଦୂଲୁକିଲା ମଞ୍ଚ

ଜିଲ୍ଲାସ୍ତରୀୟ ସୁରଭି ଉଦଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ସଭାନେତ୍ରୀ ଶ୍ରୀମତୀ ସରସ୍ଵତୀ ମାଝୀ, ରାୟଗଡ଼ା ପୌରପାଳିକା ଅଧ୍ୟକ୍ଷ ଶ୍ରୀଯୁକ୍ତ ମହେଶ ଚନ୍ଦ୍ର ପଟ୍ଟନାୟକ, ରାୟଗଡ଼ା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ: ଅର୍ଚ୍ଚନା ପଟ୍ଟନାୟକ, ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭାଜନଲାଲ ମାଝୀ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମମତା କୁମାରୀ କର ତଥା ବ୍ଲକ୍ ଶିକ୍ଷାଧିକାରୀ ଭି ଭି ଭାସ୍କର ରାଓ, ସୃଜନ ମଲ୍ଲିକ, ସୁବାସ ଶବର ମଞ୍ଚାସୀନ ଥିଲେ ।

ଶିଶୁଙ୍କ ଅନ୍ତର୍ନିହିତ ଦକ୍ଷତା ପରିପ୍ରକାଶ ନିମନ୍ତେ ସୁରଭି ଏକ ଉତ୍କୃଷ୍ଟ ମଞ୍ଚ । ଏଣୁ, ଜିଲ୍ଲା ଓ ରାଜ୍ୟ ସ୍ତରରେ ପ୍ରତିଭାର ସୁରଭି ବିଛୁରିତ କରିବା ନିମନ୍ତେ ମୁଖ୍ୟ ଅତିଥି ଶ୍ରୀମତୀ ମାଝୀ ଶିଶୁଙ୍କୁ ପରାମର୍ଶ ଦେଇଥିଲେ । ଅପରାହ୍ନରେ ଅନୁଷ୍ଠିତ ଉଦଯାପନୀ ସନ୍ଧ୍ୟାରେ ଜିଲ୍ଲାପାଳ ସ୍ଵଧା ଦେବ ସିଂ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପିଲାଙ୍କ ପ୍ରତିଭାର ପ୍ରଶଂସା କରିବା ସହ ରାଜ୍ୟ ସ୍ତରରେ ପ୍ରତିଷ୍ଠିତ ହେବା ନିମନ୍ତେ ଉତ୍ସାହିତ କରିଥିଲେ । ଅନ୍ୟତମ ଅତିଥିଙ୍କ ମଧ୍ୟରେ ସମ୍ମାନିତ ଅତିଥି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ମୁଖ୍ୟବକ୍ତା ଡ: ଦୁଷ୍ମନ୍ତ କୁମାର ମହାନ୍ତି, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ କୁମାର ଶତପଥୀ ଉପସ୍ଥିତ ରହି ଶିଶୁ ପ୍ରତିଭାର ଉଚ୍ଚ ପ୍ରଶଂସା କରିଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁରଭି ମଞ୍ଚ ଦୁଲୁକି ଉଠିଥିଲା । ଶିଶୁ ସୁଲଭ କାର୍ଯ୍ୟକ୍ରମରେ ସଭିଏଁ ଏକାକାର ହୋଇଯାଇଥିଲେ । ସସ୍ମିତା ମିଶ୍ର ଓ ଅଶୋକ ଦାସ ସଂଯୋଜନା କରିଥିବା ବେଳେ ଜିଲ୍ଲା ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ନୀଳାଚଳ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଜ୍ଞାନ ରଞ୍ଜନ ସାହୁ ସମେତ ସମଗ୍ର ଶିକ୍ଷାର କର୍ମକର୍ତ୍ତା ତଥା ଶିକ୍ଷକ ସୁରେଶ ପଟ୍ଟନାୟକ, ନରେଶ ସିଂ, ଦୀପକ ରାଉତ, ମହେନ୍ଦ୍ର ବାଗ, ନୀଳାଚଳ ପଣ୍ଡା, ବି ସୁଜାତା, ପ୍ରଦୀପ ତ୍ରିପାଠୀ, ପ୍ରମୋଦ ମାର୍ଥା, ଗୌରୀ ବେହେରା, ପ୍ରିୟଦର୍ଶିନୀ ଓ ଦିଗ ଦର୍ଶିନି ଜେନା ପ୍ରମୁଖ ସହଯୋଗ କରିଥିଲେ ।WhatsApp Image 2022 11 05 at 21.38.01 ଜିଲ୍ଲାସ୍ତରୀୟ ସୁରଭି ରେ ଦୂଲୁକିଲା ମଞ୍ଚ

ଚିତ୍ରାଙ୍କନ ବରିଷ୍ଠରେ ଦିବ୍ୟାଙ୍ଗ ନେହା ପାତ୍ର ଓ ସୁମନ୍ତ ନାୟକ, କନିଷ୍ଠ ବର୍ଗରେ ବିଜୁ ମିନିଆକା, ସଙ୍ଗୀତ ବରିଷ୍ଠ ବର୍ଗରେ ସିକୃତି ପଣ୍ଡା, ସଙ୍ଗୀତ କନିଷ୍ଠ ରେ ଗୌରବ ବେହେରା, କୁଇଜ୍ ବରିଷ୍ଠରେ ଅଭିଷେକ ଚୌଧୁରୀ, କୁଇଜ୍ କନିଷ୍ଠରେ ପ୍ରଭାତୀ ଖୁଣ୍ଟିଆ, ସୁନ୍ଦର ହସ୍ତାକ୍ଷର କନିଷ୍ଠରେ ପ୍ରୀତି ଶବର, ବକ୍ତୃତା ବରିଷ୍ଠରେ ଲକ୍ଷ୍ମୀ ଶବର, ବକ୍ତୃତା କନିଷ୍ଠ ରେ ସରିତା ବାଗ, ତର୍କ ରେ ତନୁଶ୍ରୀ ଶତପଥୀ, ଶୃଜନାତ୍ମକ ଲିଖନ ବରିଷ୍ଠ ରେ ଜାସ୍ମିନ ଏପିରିକା, କନିଷ୍ଠ ବର୍ଗରେ ରିକେଟି ପାଲାକା, ଚିତ୍ରକଳା ରେ ନିରଞ୍ଜନ କୁଲେଶିକା, ହସ୍ତକଳା ରେ ପି.ସାନମୁଖା ରାଓ, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ବିଷମକଟକ ଛାତ୍ରଛାତ୍ରୀ ରାଜ୍ୟ ସ୍ତରୀୟ ସୁରଭିରେ ଅଂଶ ଗ୍ରହଣକରିବେ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ବରିହା ପ୍ରକାଶ କରିଛନ୍ତି ।