ଡୁଡୁକିଝରିଆ କ୍ରିକେଟ କପ: ଜାମସେଠ ଜିତିଲା ଉଦଘାଟନୀ ମ୍ୟାଚ

ରିପୋର୍ଟ: ନିରୋଜ ପାଣି
ପାଇକମାଳ(୯/୧୦): ବରଗଡ଼ ଜିଲ୍ଲା ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଅନ୍ତର୍ଗତ ଡୁଡୁକିଝରିଆ ଖେଳ ପଡିଆ ଚାଲିଥିବା ଉଦଘାଟନୀ ମ୍ୟାଚରେ ସମାଜସେବୀ ଶରତ ତାଣ୍ଡି ମୂଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଯୁବନେତା ଯୋଗିନ୍ଦ୍ର ଭୋଇ ଯୋଗ ଦେଇ ଜାମସେଠ ଓ ବରମୁଣ୍ଡା ମଧ୍ୟରେ ଖେଲା ଯାଇଥିବା ମ୍ୟାଚ ଉଦଘାଟନ କରିଥିଲେ।

ଜାମସେଠ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ଦଳଗଞ୍ଜନ ମାଝୀ ୧୯ ରନ ଓ ଡିଲୁ ମାଝୀଙ୍କ ୧୦ ରନ ସହାୟତାରେ ୮୮ ରନ ସଂଗ୍ରହ କରିଥିଲେ। ଏହାର ଜବାବରେ ସମସ୍ତ ଉଇକେଟ ହରାଇ ୧୮ ରନରେ ପରାଜିତ ହୋଇଥିଲେ। ଡିଲୁ ମାଝୀଙ୍କ ୩ ଉଇକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ପାଇଥିଲେ। ଶୁକଦେବ ବରିହା ଓ ଦିବେଶ କାଲୋ ଖେଳ ପରିଚାଳନା କରିଥିଲେ। ମଣ୍ଟୁ ଷଡ଼ଙ୍ଗୀ ସ୍କୋରର ଥିବା ବେଳେ ରତ୍ନାକର ମାଝୀ, ପ୍ରଦୀପ ନାଗ ଓ ମୁକେଶ ଅଗ୍ରୱାଲ ଧାରାବିବରଣୀ ଦେଇଥିଲେ। ଘନ ଭୋଇ,ଦୀପକ ସରାଫ,ବିକି ସରାଫ, ଗଙ୍ଗା ବଚ୍ଛା,ଅପୁ ଦାଶ,ଟିଚୁ ଷଡ଼ଙ୍ଗୀ,ସାରଦୁଲ ବରିହା, ତ୍ରିନାଥ ଭୋଇ, ମୁକେଶ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ।

Comments are closed.