Thursday, March 28, 2024

Top 5 This Week

Related Posts

ଅସୁସ୍ଥ ଥିବା ଭୂଦାନ କର୍ମୀ ତଥା ଗନ୍ଧିବାଦୀ ନେତାଙ୍କ ପାଖକୁଯାଇ ସ୍ୱାସ୍ଥ୍ୟ କଥା ପରଖିଲା ପ୍ରଶାସନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୦୫/୧୦) : ରାୟଗଡ଼ା ସହରର ବରିଷ୍ଠ ନାଗରିକ, ଭୂଦାନ କର୍ମୀ ତଥା ଗନ୍ଧିବାଦୀ ନେତା ଜୟରାମ ଜେନା ଗତ କିଛିଦିନ ଧରି ଅସୁସ୍ଥ ରହୁଥିବାରୁ ରାୟଗଡ଼ା ଓ ଭୁବନେଶ୍ୱର ଠାରେ ଚିକିତ୍ସା ନିମନ୍ତେ ତାଙ୍କର ଝିଅ ଜୋଇଁ ଙ୍କ ଦ୍ୱାରା ଭର୍ତ୍ତି କରାଯାଇଥିଲା ।WhatsApp Image 2022 11 05 at 21.37.58 1 ଅସୁସ୍ଥ ଥିବା ଭୂଦାନ କର୍ମୀ ତଥା ଗନ୍ଧିବାଦୀ ନେତାଙ୍କ ପାଖକୁଯାଇ ସ୍ୱାସ୍ଥ୍ୟ କଥା ପରଖିଲା ପ୍ରଶାସନ

ଶ୍ରୀ ଜେନା ହଠାତ ଘରେ ପଡିଜିବାରୁ ଆଘତ ଲାଗି ଅଣ୍ଟା ହାଡ ଭାଙ୍ଗି ଯାଇଥିଲା ଏବଂ ତାଙ୍କର ଦେହ ବହୁତ ଅସୁସ୍ତ ରହୁଥିଲା । ଶ୍ରୀ ଜେନାଙ୍କ ଅସୁସ୍ଥ ଖବର ଜାଣିବା ପରେ ଜିଲ୍ଲାପାଳ ସ୍ୱଧା ଦେବ ସିଂଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଉପଖଣ୍ଡ ପୋଲିସ ଅଧିକାରୀ ଦେବଜ୍ୟୋତି ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଶ୍ରୀ ଜେନାଙ୍କ ଜାମାତା ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ଘରକୁ ଯାଇ ହାଲାତ ପଚାରି ବୁଝିଥିଲେ । ତାଙ୍କର ସ୍ୱାସ୍ଥ୍ୟରେ ଦୃତ ଉନ୍ନତି ହେଉଥିବାରୁ ଖୁସିବ୍ୟକ୍ତ କରିଥିଲେ ଓ ଆଶୁ ଆରୋଗ୍ୟ କାମନା କରିଥିଲେ ।

Popular Articles