Advertisements
Sunday, May 31, 2020
Home Cultural & Festival ମୁରିବାହାଲ ସାର୍ବଜନୀନ ଦୁର୍ଗାପୂଜା ୪୮ତମ ବର୍ଷରେ ପଦାର୍ପଣ

ମୁରିବାହାଲ ସାର୍ବଜନୀନ ଦୁର୍ଗାପୂଜା ୪୮ତମ ବର୍ଷରେ ପଦାର୍ପଣ

ରିପୋର୍ଟ: ଭଗବାନ ମହାନ୍ତି/ ନିମାଇଁ ବଘାର
ମୁରିବାହାଲ (୦୮/୧୦): ମୁରିବାହାଲରେ ସାର୍ବଜନୀନ ଦୁର୍ଗାପୂଜା ୪୮ତମ ବର୍ଷ ପଦାର୍ପଣ କରିଥିଲା | ତାସହିତ ମୁରିବାହାଲ, ଯାମୁଟ, ଗିଡ଼ିଘାଟ, ଚଲକି, ହଳଦୀ, ଲେବେଡା, ଗୋଇମୁଣ୍ଡ, ବଡଉଦର, ଗୋଇମୁଣ୍ଡ, ତେନ୍ତୁଳଖୁଣ୍ଟି ଆଦି ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଯାଇଛି |

ଏଇ ବର୍ଷ ବର୍ଷା ଡେରିରେ ହେଲେ ମଧ୍ୟ ଭଲ ବର୍ଷା ହେଇଥିବାରୁ ଅଞ୍ଚଳ ଚାଷୀ କିଛି ମାତ୍ରାରେ ଆଶ୍ବସ୍ତି ଅଛନ୍ତି | ସେଥିପାଇଁ ଧୁମଧାମରେ ପାଳନ କରିଛନ୍ତି | ପ୍ରଥମ ଦିନରେ ନାଟକ, ଦ୍ୱିତୀୟ ଦିନରେ ଡେଂସ ପ୍ରତିଯୋଗିତା, ତୃତୀୟ ଦିନରେ ସମ୍ବଲପୁରୀ ଦଣ୍ଡନୃତ୍ୟ ତା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଚାଲିଥିଲା | ପ୍ରତିଦିନ ପାଞ୍ଚ ସହରୁ ସାତଶହ ପ୍ରସାଦ ସେବନର ବ୍ୟବସ୍ଥା ଥିଲା | ଶେଷଦିନରେ ଲାକ୍ଷ ବିନ୍ଧାରେ ରିତୁ ମାଝୀ ଲାକ୍ଷ ବିନ୍ଧିଥିଲେ | ଶାରଦୀୟ ଦୁର୍ଗା ପୂଜାରେ ପୁରନ୍ଦର ତରିଆ ଏବଂ ଅଗସ୍ତି ବଘାର କର୍ତ୍ତା ଥିବାବେଳେ କୁଞ୍ଜବିହାରୀ ଯୋଶୀ ପୂଜକ, ଅଜିତ କୁମାର ତରିଆ ସଭାପତି, ସମ୍ପାଦକ ପ୍ରଶାନ୍ତ କୁମାର ମାହାର, ଉପସଭାପତି ପ୍ରଫୁଲ କୁମାର ବଘାର, ସହ ସମ୍ପାଦକ ଲଳିତ କୁମାର ବଘାର, କୋଷାଧକ୍ଷ ସଞ୍ଜୟ ବାଗ, ଉପଦେଷ୍ଟା ପୁରନ୍ଦର ତରିଆ, ଯୁଧିଷ୍ଟି ବଘାର, ହଜାରୁ ପୁଟେଲ, ନିମାଇଁ ଚରଣ ବଘାର, ଜିତେନ୍ଦ୍ର ଭୋଇ, ବନବିହାରୀ ଯୋଶୀ, ସାନ୍ତରାମ ପଧାନ, ଅଗସ୍ତି ବଘାର, ବନବିହାରୀ ଯୋଶୀ, ଘାସିରାମ ସେଠ, ପଞ୍ଚାନନ ବାଗ, କୁଞ୍ଜବିହାରୀ ଯୋଶୀ, ମକୁନ୍ଦ ପଧାନ ପ୍ରମୁଖ ସହଯୋଗ କରିଥିଲେ|

ସେହିପରି ବ୍ଲକର ଯାମୁଟ, ଗୁଡିଘାଟ, ଚଳକି, ହଳଦୀ, ଲେବେଡା, ଗୋଇମୁଣ୍ଡ, ବଡଉଦର, ତେନ୍ତୁଳୀଖୁଣ୍ଟି ଆଦି ସ୍ଥାନରେ ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଯାଇଛି | ଗୁଡିଘାଟରେ ସରପଞ୍ଚ ମିଥିଳା ମାଝୀ ଓ ତାଙ୍କ ସ୍ୱାମୀ ଟିକେମନ ମାଝୀ କର୍ତ୍ତା ଥିବାବେଳେ କମିଟି ସଭାପତି ପୂର୍ଣଚନ୍ଦ୍ର ନାୟକ ଥିଲେ | ହଳଦୀରେ ଦୀପକ ରଞ୍ଜନ ବାଗ ଓ ପତ୍ନୀ ବବିତା ବାଗ କର୍ତ୍ତା ଥିବାବେଳେ ସଭାପତି ରୂନା ପସାୟତ ଥିଲେ | ଯାମୁଟରେ ପ୍ରଦୀପ ପଟ୍ଟନାୟକ ଓ ପତ୍ନୀ ବିନତା ପଟ୍ଟନାୟକ କର୍ତ୍ତା ସଭାପତି ଶଥପଥି | ଲେବେଡା ଗ୍ରାମ ବସ୍ତିରେ ଜଗଦୀଶ ବେହେରା କର୍ତ୍ତା ଓ ଦଳିତ ବସ୍ତିରେ ବିକ୍ରମ ଲୁହା କର୍ତ୍ତା ଥିଲେ | ଗୋଇମୁଣ୍ଡରେ ରମାକାନ୍ତ ସାହୁ ଓ ପତ୍ନୀ ଲଳିତା ସାହୁ , ଚଳକିରେ ରାଜେନ୍ଦ୍ର ଭୋଇ ଓ ପତ୍ନୀ କିଶୋରୀ ଭୋଇ, ସଭାପତି ସତ୍ୟବ୍ରତ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ତେନ୍ତୁଳୀଖୁଣ୍ଟି ରେ ମୃତୁଞ୍ଜୟ ବେହେରା ଓ ପତ୍ନୀ ମାଧୁରୀ ବେହେରା କର୍ତ୍ତା ଥିବା ବେଳେ ସଭାପତି ଈଶ୍ୱର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: