Advertisements
Saturday, July 4, 2020
Home District News ହିନ୍ଦୁ ଦେବଦେବୀଙ୍କ ଫଟୋ ପୋଡି ସୋସିଆଲ ମିଡିଆରେ ଭାଇରଲ କରିବା ଘଟଣାରେ ଜଣେ ଗିରଫ

ହିନ୍ଦୁ ଦେବଦେବୀଙ୍କ ଫଟୋ ପୋଡି ସୋସିଆଲ ମିଡିଆରେ ଭାଇରଲ କରିବା ଘଟଣାରେ ଜଣେ ଗିରଫ

ରିପୋର୍ଟ: ଗୋପୀନାଥ ଗୌଡ଼
ରାୟଗଡା(୦୮/୧୦): ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ପାଂଚାଳି ଗ୍ରାମରେ ବିଭିନ୍ନ ହିନ୍ଦୁ ଦେବାଦେବୀଙ୍କ ଫୋଟୋ ପୋଡିବା ସହ ସୋସିଆଲ ମିଡିଆରେ ଭାଇରାଲ କରି ସାମ୍ପ୍ରଦାୟିକ ଭେଦଭାବ ସୃଷ୍ଟି କଲାଭଳି ଭିଡିଓ ଭାଇରାଲ କରିବା ଅଭିଯୋଗରେ ରାୟଗଡା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି ।

ଉକ୍ତ ଯୁବକର ନାମ ଅଗସ୍ତି ଗରଡା । ତା ଘର ଟିକିରି ଥାନା ଅନ୍ତର୍ଗତ ପଞ୍ଚାଳି ଗ୍ରାମରେ । ପଞ୍ଚାଳି ଗ୍ରାମର ଅଗସ୍ତି ଗରଡ଼ା ଗ୍ରାମର କିଛି ସ୍ଥାନୀୟ ଯୁବକଙ୍କୁ ନେଇ ହିନ୍ଦୁ ଦେବାଦେବୀଙ୍କ ଫୋଟୋ ପୋଡିବା ସହ ଏହାକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲା । ଏହାକୁ ନେଇ ସାରା ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା । ଏହି ଘଟଣାରେ ରାୟଗଡା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କେଶ ନମ୍ବର ୩୪୫/୧୯ ଅଣ୍ଡର ସେକ୍ସନ ୧୫୩ଏ, ୨୯୫, ୨୯୫ଏ,୩୪,୧୨୦ବି ଧାରାରେ ଗିରଫ କରିବା ସହ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜୁଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜାମସେଠ ଠାରେ କରୋନା ଯୋଦ୍ଧା ଙ୍କୁ ସମ୍ବର୍ଦ୍ଧନା

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୦୩/୦୭): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମ ସେଠ ହସପିଟାଲ ଠାରେ ଝାରବନ୍ଧ ଓ ଜାମ ସେଠ...

ଦୁଇ ଗୋଷ୍ଠୀ ମଧ୍ୟରେ ଜଙ୍ଗଲ ଜମି କୁ ନେଇ ବିବାଦ ହୋଇ ତହସିଲଦାର ଙ୍କୁ ଦାବୀ ପତ୍ର ପ୍ରଦାନ

ରିପୋର୍ଟ, ଅକ୍ଷୟ କୁମାର ପିଡ଼ିସିକା //କଲ୍ୟାଣସିଂହପୁର (ତା ୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମ ପଞ୍ଚାୟତ ର କନ୍ଧ ପରିଦିଗୁଡା ଓ ସାନ...

ବିଦ୍ୟୁତ କାଟ ଯୋଗୁଁ ଗ୍ରାହକ ହନ୍ତସନ୍ତ

କର୍ଲାମୁଣ୍ଡା (୦୪ /୦୭): କର୍ଲାମୁଣ୍ଡା ବ୍ଲକ ସଦର ଠାରେ ୩୩ /୧୧ କେଭି ର ବିଦ୍ୟୁତ ଯୋଗାଣ କେନ୍ଦ୍ର ପ୍ରାୟ ୮ବର୍ଷ ତଳେ ନିର୍ମାଣ କରାଯାଇଥିଲା I ଗତ...

ଉତ୍କଳ ଆଲୁମିନା ଇନ୍ଟରନ୍ୟାସନାଲ ଲିମିଟେଡ଼ ର ସାମୁହିକ ସିଏସଆର କାର୍ଯ୍ୟକ୍ରମ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //ରାୟଗଡା /ଟିକିରି (୦୪/୦୭): ଅବିଭକ୍ତ କୋରାପୁଟ ଜିଲ୍ଲାର ଟିକିରି ଅଞ୍ଚଳ ଦିନେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଥିଲା l କିନ୍ତୁ, ଉତ୍କଳ ଆଲୁମିନା ପ୍ରତିଷ୍ଠିତ...

Recent Comments

%d bloggers like this: