Thursday, March 28, 2024

Top 5 This Week

Related Posts

ଗୁଣପୁରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ୨୭ ତମ ବାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ ।
ଗୁଣୁପୁର, (୫/୧୧) : ଗୁଣପୁରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗୁଣପୁରର ୨୭ ତମ ବାର୍ଷିକ କ୍ରୀଡ଼ା ସମାରୋହ ଯଥାରୀତି ମହାଆଡମ୍ବର ରେ ଅନୁଷ୍ଠିତ ହୋଇଯାଇଛି ।WhatsApp Image 2022 11 05 at 11.22.02 1 ଗୁଣପୁରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ୨୭ ତମ ବାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ

ଗୁଣପୁରର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ୨୭ ତମ ବାର୍ଷିକ କ୍ରୀଡ଼ା ସମାରୋହ ଅନୁଷ୍ଠିତ ଏହି ସମାରୋହର ଉଦ୍ଘାଟନ ଉତ୍ସବରେ ସ୍ଥାନୀୟ ବନାଞ୍ଚଳ ଅଧିକାରୀ ଶ୍ରୀ ନୀଳମାଧବ ପାଢୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧ୍ୱଜାରୋହଣ କରିଥିଲେ । ସେହିପରି ଗୁଣପୁର ମହାବିଦ୍ୟାଳୟର କ୍ରୀଡ଼ା ଅଧ୍ୟାପକ ଶ୍ରୀ ଦେବୀ ପ୍ରସାଦ ପାଢୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିଶୁ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଶତପଥୀ ଉଦ୍ଦେଶ୍ୟ ପ୍ରତିପାଦନ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ, ଆଚାର୍ଯ୍ୟ। ସୁଶ୍ରୀ ପ୍ରିୟଙ୍କା ସାହୁ ସଂଯୋଜନା କରିଥିଲେ ।

ଅନୁଷ୍ଠାନର ସଭାପତି ଶ୍ରୀ ବି. ଗଜପତି ରାଓ ଶିଶୁ ମାନଙ୍କୁ କ୍ରୀଡ଼ାର ଆବଶ୍ୟକତା ଓ ଉପକାରିତା ବିଷୟରେ ମାର୍ଗ ଦର୍ଶନ କରିଥିବାବେଳେ ସମ୍ପାଦକ ଶ୍ରୀ ସୋମନାଥ ଗୌଡ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସେହିପରି, ଯୁଗ୍ମ ସମ୍ପାଦକ ଶ୍ରୀ ମୋହନ ଚନ୍ଦ୍ର ସାହୁ ଓ ସଦସ୍ୟା ଶ୍ରୀମତି ପ୍ରତିଭା ରଥ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ । ଉକ୍ତ କ୍ରୀଡ଼ା ଉତ୍ସବ ୪ର୍ଥରୁ ୧୦ମ ଶ୍ରେଣୀ ଶିଶୁ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଛି ଏହା ଦୁଇ ଦିନ ଧରି ଚାଲିବ ।

Popular Articles