Friday, March 29, 2024

Top 5 This Week

Related Posts

ଜିଲ୍ଲାପାଳଙ୍କ ଦ୍ଵାରା ନିସନ୍ତାନ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ପ୍ରଦାନ

ରିପୋର୍ଟ: ଗୋପୀନାଥ ଗୌଡ଼ //
ରାୟଗଡା, (୦୫/୧୧): ରାୟଗଡା ଜିଲ୍ଲାରେ ଶିଶୁ ସୁରକ୍ଷା ନିମନ୍ତେ ଆଇ॰ଡି॰ଏସ ସଂସ୍ଥା ମାଧ୍ୟମରେ ପରିଚାଳିତ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ରୁ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂହ ଙ୍କ କର କମଳରେ ପଶ୍ଚିମ ବଙ୍ଗ ର ପୋଷ୍ୟ ସନ୍ତାନ ଗ୍ରହଣ କରିବା ପାଇଁ ଏକ ପ୍ରତ୍ୟାଶୀ ଦମ୍ପତିଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ଆଇନ୍ ଗତ ଭାବେ ଏକ କନ୍ୟା ସନ୍ତାନ ହସ୍ତାନ୍ତର କରାଯାଇଛି ।

ଶିଶୁ ସନ୍ତାନ ଟିକୁ ହସ୍ତାନ୍ତର କରାଯିବା ସମୟରେ ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ , ଶିଶୁ ମଙ୍ଗଲ କମିଟି ଅଧ୍ୟକ୍ଷ ଶ୍ରୀ ରାଜ୍କୀଶୋରେ ସାହୁ, ଆଇଡିଏସ ସଂସ୍ଥା ର ସମ୍ପାଦକ ଶ୍ରୀ ଦେବେନ୍ଦ୍ର କୁମାର ବେହେରା, ଶିଶୁ ସୁରକ୍ଷା ୟୁନିଟ ର ସତ୍ୟପ୍ରିୟା ପ୍ରଧାନ,ବିଶ୍ଵବନ୍ଦିତ ବେହୁରା ,ପ୍ରତାପ ଦାସ ,ପ୍ରମୋଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାପାଳ ମହୋଦୟା ନିଜେ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରକୁ ଯାଇ ପ୍ରତ୍ୟାଶୀ ଦମ୍ପତିଙ୍କୁ ଜିଲ୍ଲାପାଳଙ୍କ ଦ୍ଵାରା ସନ୍ତାନ ହସ୍ତାନ୍ତର କରିବାରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles