ଓକିଲଙ୍କ ଘରେ ଜୁଆ ଆଡ୍ଡା, ୧୧ଜଣ ଗିରଫ

ରିପୋର୍ଟ: ଜଗଦୀଶ ଦାସ
ଫୁଲବାଣୀ(୦୯/୧୦): ଫୁଲବାଣୀ ଆଦର୍ଶ ଟାଉନ ଥାନା ପକ୍ଷରୁ ଓକିଲ ଅଜୟ ସିଂ ଘରେ ଚାଲିଥିବା ଜୁଆ ଅଡ୍ଡା ଉପରେ ପୋଲିସ ଚଢ଼ାଉ କରି ଫୁଲବାଣୀ, ବାଲିଗୁଡା ଓ ବାହାର ଜିଲ୍ଲା ଅଞ୍ଚଳର ୧୧ଜଣ ଜୁଆଡିଙ୍କୁ ପୋଲିସ ଗିରଫ କରିଛି |

ତାଙ୍କଠାରୁ ଟଙ୍କା ସହିତ ବିଭିନ୍ନ ଜିନିଷ ଜବତ କରି ଥାନା ପକ୍ଷରୁ କେସ ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ନରେଶ କୁମାର ସାହୁ ପ୍ରକାଶ କରିଛନ୍ତି | ସୂଚନା ଯୋଗ୍ୟ ଓକିଲ ସିଂଙ୍କ ଘରେ ବହୁ ବର୍ଷ ହେଲା ଜୁଆ ଖେଳ ଚାଲିଥିବା ଜଣାପଡିଥିଲା |

Comments are closed.