ଗୁଡ଼ାରୀ ଏନ୍.ଏ.ସି. ଓ ଗୁଡ଼ାରୀ ପୋଲିସଙ୍କ ମିଳିତ ଭାବେ ଦୋକାନରେ ଚଡାଉ

0
205
ଗୁଡ଼ାରୀ ଏନ୍.ଏ.ସି.

ରିପୋର୍ଟ: ଲୋକନାଥ ସାହୁ //
ଗୁଡ଼ାରୀ, (୫/୧୧) : ରାୟଗଡା ଜିଲ୍ଲା ଗୁଡ଼ାରୀ ଏନ୍.ଏ.ସି. ରେ ଇଓ/ତହସିଲଦାର ଶ୍ରୀମତୀ ଭାରତୀ ଦେବୀଙ୍କ ନିର୍ଦ୍ଦେଶନାରେ ଗୁଡ଼ାରୀ ଏନ୍ ଏ ସି ଦୋକାନ ଓ ବଜାରରେ ବେଆଇନ ପଲିଥିନ୍ ନେଇ ଏନ୍ ଏ ସି ର ଚଢ଼ାଉ l 

ଏହି ଚଡାଉ ଗୁଡ଼ାରୀ ଏନ୍.ଏ.ସି. ଓ ଗୁଡ଼ାରୀ ପୋଲିସ ଙ୍କ ମିଳିତ ଭାବେ ହୋଇଥିବା ଜଣାପଡିଛି l ଗୁଡ଼ାରୀ ଏନ୍ ଏ ସି ର ଶ୍ରୀମତୀ ଭାରତୀ ଦେବୀ, ଏନ୍ ଏ ସି ଅଧ୍ୟକ୍ଷା ସୁଶ୍ରୀ ସରମିତା ଶବର ଓ ଏନ୍ ଏ ସି ର ସମସ୍ତ କର୍ମଚାରୀ ଚଡାଉ ଉପସ୍ଥିତ ଥିଲେ l ଏହି ଚଡାଉ ରେ ଦୋକାନ ଓ ବଜାର ରୁ ପ୍ରାୟ ୮ କେଜି ପଲିଥିନ୍ ମିଳିଥିଲା l ଏହି ଚଡାଉ ରେ ୯ ଟି ଦୋକାନ କୁ ମିଳିଥିବା ପଲିଥିନ୍ ହିସାବରେ ଇଓ ଙ୍କ କହିବା ଅନୁସାରେ ୧୨୨୦୦ ଜରିମାନା ଆଦାୟ କରାଯାଉଛି l