Friday, March 29, 2024

Top 5 This Week

Related Posts

କାଶୀନଗର ରେ ବଣୁଆ ଜୀବଙ୍କ ଲୋଲୁପ ଦୃଷ୍ଟି

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୦୫/୧୧) : ଗତ କିଛି ଦିନ ହେଲା କାଶୀନଗର ରେ ବଣୁଆ ଜୀବଙ୍କ ଲୋଲୁପ ଦୃଷ୍ଟି ! କାଶୀନଗର ବ୍ଲକ ର କିଣିଗାଁ ଉପରେ ପଡ଼ିଛି, ଏଣୁ ଲୋକେ ଭୟଭୀତ ହୋଇ ପଡିଛନ୍ତି ।3dced508 7c48 43da 9315 76de8e055d11 କାଶୀନଗର ରେ ବଣୁଆ ଜୀବଙ୍କ ଲୋଲୁପ ଦୃଷ୍ଟି

କାଶୀନଗର ରେ ବଣୁଆ ଜୀବଙ୍କ ଲୋଲୁପ ଦୃଷ୍ଟି ! ଗତ ଦୁଇ ଦିନ ତଳେ ଅଜଣା ଜନ୍ତୁ ଙ୍କ ଶିକାର ହୋଇ ପାଖା ପାଖି ୧୦୦ ଛେଳି ଆହତ ଓ ମୃତ ହୋଇଥିବା ବେଳେ ଗତ କାଲି ରାତ୍ରରେ ୨ ଟି ବଣୁଆ ହାତୀ ଖାଦ୍ୟ ଅନ୍ୱେଷଣ ରେ କିଣିଗାଁ ଓ ଭେଙ୍କାଟାପୁର ଗ୍ରାମରେ ଆତଙ୍କ ଚଳାଇଛନ୍ତି । ଏହି ଖବର ପାଇବା ପରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗାଵରା ତିରୁପତି ଉକ୍ତ ଗ୍ରାମ ଗୁଡିକରେ ପହଂଚି କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି, ଜିଲ୍ଲା ପ୍ରଶାସନ ଓ ବନ ବିଭାଗକୁ ଏ ନେଇ ଅବଗତ କରିଛନ୍ତି । କିନ୍ତୁ ଲୋକେ ଅଭିଯୋଗ କରିଛନ୍ତି ବନ ବିଭାଗର କୌଣସି କର୍ମଚାରୀ ଆସି ନାହାନ୍ତି । କିନ୍ତୁ ରେଞ୍ଜର ସୁଧୀର ବେହେରା କହିଛନ୍ତି ଯେ କାଶୀନଗରବନ ବିଭାଗର କର୍ମଚାରୀ ହାତୀ ଘଉଡ଼ାଇବା କାମରେ ଅଛନ୍ତି । ସେ ଯାହା ହେଉ ନା କାହିଁକି ଲୋକେ କିନ୍ତୁ ଭୟଭୀତ ହୋଇ ପଡିଛନ୍ତି । ବର୍ତମାନ ସରୁ ଧାନ ପାଚି ଅମଳ ହେବା ସମୟରେ ବଭଳି ବଣୁଆ ହାତୀଙ୍କ ଉପଦ୍ରଵ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।

sudhir
sudhirhttps://www.odishanews24.in
Editor led his team through the digital news revolution, always prioritizing integrity & accuracy. his legacy endures, an emblem of journalistic dedication.

Popular Articles