Advertisements
Sunday, May 31, 2020
Home Cultural & Festival ପଦ୍ମପୁରରେ ଚାନ୍ଦଟିପା ଓ ରାବଣ ପୋଡି ଉତ୍ସବ ପାଳିତ

ପଦ୍ମପୁରରେ ଚାନ୍ଦଟିପା ଓ ରାବଣ ପୋଡି ଉତ୍ସବ ପାଳିତ

ରିପୋର୍ଟ: ନିରୋଜ ପାଣି, ଡିଳେଶ୍ୱର ବାଗ
ପାଇକମାଳ(୦୮/୧୦): ପଦ୍ମପୁର ଆଜି ବିଜୟା ଦଶମୀ ଉପଲକ୍ଷେ ପଦ୍ମପୁର (ରାଜବୋଡ଼ାସମ୍ବର) ସାର୍ବଜନୀନ ଦୁର୍ଗାପୂଜା ତରଫରୁ ପାରମ୍ପରିକ ରୀତି ଓ ନୀତି ଅନୁଯାୟୀ ଚାନ୍ଦଟୀପା ଓ ରାବଣ ପୋଡି ଉତ୍ସବ ପାଳନ ହୋଇଯାଇଛି |

ସ୍ଥାନୀୟ ରାଜବାଟୀ ରୁ ଘଣ୍ଟ ବାଦ୍ୟ, ଘୁଙ୍ଗୁରା ଦଳଙ୍କ ତାଳେ ତାଳେ ଶୋଭାଯାତ୍ରା ବାହାରି ଥାନା ଛକ, ପୁରୁଣା ବସ୍ତି, ଶାସ୍ତ୍ରୀ ଛକରେ ପହଞ୍ଚିଥିଲା | ଫଳରେ ସହର ଉତ୍ସବ ମୁଖରିତ ହୋଇଥିଲା | ସହର ପରିକ୍ରମା ପରେ ମହୁଲପାଲି ଗ୍ରାମ ନିକଟସ୍ଥ ନଇକୂଳରେ ଚାନ୍ଦଟୀପା ଉତ୍ସବ ପାଳିତ ହୋଇଥିଲା | ଏହି ଉତ୍ସବରେ ପଦ୍ମପୁର ଯୁବରାଜ ସିଦ୍ଧାର୍ଥ ସିଂ ବରିହାଙ୍କ ସହିତ ପ୍ରତାପ ସିଂ ବରିହା, ପଣ୍ଡିତ ଅତ୍ରାହୀ ଭଞ୍ଜନ ପାଣିଗ୍ରାହୀ, ସୁନୀଲ ଅଗ୍ରୱାଲ, ଦୁର୍ଗା ପୂଜା କମିଟୀର ସଂପାଦକ ଉମେଶ ସାହୁ, କୋଷାଧ୍ୟକ୍ଷ ସଦାନନ୍ଦ ପୁରୋହିତ, ଅଶୋକ ବହିଦାର, ବିଜୟ କୁମାର ବହିଦାରଙ୍କ ସହିତ ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ | ସେହିପରି ରାବଣ ପୋଡି ଉତ୍ସବ ମଧ୍ୟ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟ ପଡିଆରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦୁର୍ଗା ପୂଜା କମିଟୀର ସଭାପତି ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଯୋଗ ଦେଇଥିଲେ | ଏହି ଅବସରରେ ରାମଲୀଳା ଦଳ ସହର ପରିକ୍ରମା କରିଥିଲେ | ଏହି ଉତ୍ସବକୁ ଦେଖିବାକୁ ପଦ୍ମପୁର ତଥା ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣ ପହଞ୍ଚିଥିଲେ | ପଦ୍ମପୁର ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଶାନ୍ତି ଶୃଙ୍ଖଳା ପାଇଁ ବ୍ୟାପକ ବନ୍ଦୋବସ୍ତ ହୋଇଥିଲା |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଜିଲା ବିଜେଡି ସଭାପତି ଓ ହସ୍ତତନ୍ତ ମନ୍ତ୍ରୀଙ୍କ ସହ ପଟାଙ୍ଗି ଓ କୋରାପୁଟ,ଲୋଷ୍ମୀପୁର ନିର୍ବାଚନ ମଣ୍ଡଳୀର ବିଧାୟକଙ୍କ ବନ୍ଧୁଗାଁ ଗସ୍ତ

ରିପୋର୍ଟ: ମିନା ବେହେରା //ବନ୍ଧୁଗାଁ (ତା ୨୭:୫:୨୦): କୋରାପୁଟ ଜିଲାର ବନ୍ଧୁଗାଁ ବ୍ଲକ ଠାରେ ରହିଥିବା କରନା ଭାଇରସ ରୋଗ ବିଷୟରେ ଅଞ୍ଚଳରେ ତଦାରଖ ଓ ସମୀକ୍ଷା କରିବା...

ଭାରତୀୟ ଯୁବ ମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୦୫): ସମଗ୍ର ବିଶ୍ୱକୁ କରୋନା ଭୁତାଣୁ ପାଇଁ ପ୍ରଭାବିତ ଥିବା ବେଳେ ପଦ୍ମପୁର ଭାରତୀୟ ଜନତା ଯୁବମୋର୍ଚା ତରଫରୁ ଲଗାତାର ରକ୍ତଦାନ...

ବୁକୁରାମୁଣ୍ଡା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପଦ୍ମପୁର (୩୦/୫): ବର୍ତ୍ତମାନ ସାରା ବିଶ୍ୱରେ କରୋନା ଭୁତାଣୁ କୋବିଡ଼-୧୯ ନିଜର କାୟା ବିସ୍ତାର କରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ...

ଜାମସେଠ ଓ ଟେମରୀ ଗ୍ରାମରେ ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ

ରିପୋର୍ଟ: ନିରୋଜ କୁମାର ପାଣି //ପାଇକମାଳ,୩୦/୫: କୋଭିଡ ଯୋଦ୍ଧାଙ୍କୁ ସମାନ ଜଣାଇ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ପାଇକମାଳ ଜାମସେଠ ଗ୍ରାମ ପଞ୍ଚାୟତରେ ସରପଞ୍ଚ ରମ୍ଭା ତାଣ୍ଡିଙ୍କ...

Recent Comments

%d bloggers like this: