ବେଆଇନ ଭାବେ ମାଟି ଓ ମୁରୁମ ଚୋରା ଚାଲାଣ : ସୁବର୍ଣ୍ଣପୁର ଜିଲ୍ଲପାଳ ଙ୍କୁ ଦାବିପତ୍ର ପ୍ରଦାନ

0
118
ବେଆଇନ ଭାବେ ମାଟି

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୪/୧୧) : ବିନିକା ତହସିଲ ଅନ୍ତର୍ଗତ ଗୁଲୁଣ୍ଡା ଅଞ୍ଚଳ ରୁ ସରକାରୀ ଜମିରୁ ବେଆଇନ ଭାବେ  ମାଟି ଓ ମୁରୁମ ଚୋରା ଚାଲାଣ ହେଉଥିବା ବିନିକା ତହସିଲଦାର ଙ୍କ ଠାରେ ଅଭିଯୋଗ କରାଯାଇଛି ।

ଅଭିଯୋଗ ଅନୁସାରେ ଗୁଲୁଣ୍ଡା ମୌଜା ରୁ କିଛି ଅସାଧୁ ବ୍ୟକ୍ତି ନିଜର ସ୍ୱାର୍ଥ ପାଇଁ ଜେସିବି ଓ ଟ୍ରାକ୍ଟର ସାହାଯ୍ୟ ରେ ବେଆଇନ ଭାବେ ମାଟି ଓ ମୁରୁମ ଚୋରା ଚାଲାଣ କରି ବିକ୍ରି କରୁଛନ୍ତି । ଏଥି ଯୋଗୁଁ ସରକାର ଙ୍କ ରାଜସ୍ୱ ହାନି ହେବା ସହିତ ଗ୍ରାମରେ ଥିବା ସରକାରୀ ଜମି ଗୁଡିକୁ କ୍ଷତି ହେବାରେ ଲାଗିଛି ।  ଏହା ଜାଣି ଶୁଣୀ ରାଜସ୍ୱ ଅଧିକାରୀ ଚୁପ ରହୁଥିବା ଅଭିଯୋଗ ହେଉଛି ।

ତେଣୁ ମୁରୁମ ଚୋରା ଚାଲାଣ ବନ୍ଦ କରିବା ସହିତ ଚାଲାଣ କରୁଥିବା ବ୍ୟକ୍ତି ଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିନିକା ଅତିରିକ୍ତ ତହସିଲଦାର ଚାନ୍ଦିନୀ ମେହେର ଙ୍କ ଜରିଆରେ ଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ବେଳେ ଗୁଲୁଣ୍ଡା ଗ୍ରାମର ମଧୁସୁଦନ କ୍ଷେତି, ସୂର୍ଯ୍ୟ ସାହୁ, ମାନସ ସା, ନରେଶ ଡାଙ୍ଗ, ଶତ୍ରୁଘନ ଜଗଦଲା ପ୍ରମୁଖ ସାମିଲ ଥିଲେ ।