Related Contents

କଲେଜ ରୋଡ କାଳୀ ମନ୍ଦିର ସାମ୍ନାରେ ଦୁର୍ଘଟଣା

ରିପୋର୍ଟ: ଡିଳେଶ୍ୱର ବାଗ
ପଦ୍ମପୁର(୦୮/୧୦): ବରଗଡ ଜିଲ୍ଲା ପଦ୍ମପୁର କଲେଜ ରୋଡ କାଳୀମନ୍ଦିର ସାମ୍ନାରେ ଆଜି ରାତି ୮ଟା ୩୦ମିନିଟ ସମୟରେ ଏକ ମୋଟର ସାଇକେଲ OD17M3561 (ସିଡ଼ି ଡିଲକ୍ସ)ରେ ମଦ୍ୟପାନ କରି ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଯାଉ ଥିବା ଲୋକଙ୍କୁ ଧକ୍କା ଦେଇଥିଲା |

ହଠାତ ସେଠାରେ ପଦ୍ମପୁରର କିଛି ଯୁବକ ସୌରଭ, ଆଭାସ, ସୌମ୍ୟ, ସୋନା, ଗୋଲୁ,ଶୁଭ୍ରତ ଆଦି ଠିକ ସମୟରେ ପହଞ୍ଚି ଆହତ ଥିବା ବ୍ୟକ୍ତି ମାନଙ୍କୁ ପଦ୍ମପୁର ହସ୍ପିଟାଲକୁ ଆଣିଥିଲେ । ଧକ୍କା ଦେଇ ଥିବା ବ୍ୟକ୍ତି ଜଣକ ଟେମରି ଗ୍ରାମର ପ୍ରଦୀପ ବନଛୋର, ଗୋବର୍ଦ୍ଧନ ବନଛୋର ଓ ଧକ୍କା ଖାଇ ଥିବା ବ୍ୟକ୍ତି ଜଣକ ପୂରେନ୍ଦ୍ର ସାହୁ ବୋଳି ଜଣାପଡିଛି । ଏବେ ଆହତ ବ୍ୟକ୍ତି ମାନେ ପଦ୍ମପୁର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Leave a Reply

This site uses Akismet to reduce spam. Learn how your comment data is processed.