କାଳୀ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

0
168
କାଳୀ ପୂଜା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୪/୫) : ୫୪ ତମ କାଳୀ ପୂଜା ମହୋତ୍ସବ ଉପଲକ୍ଷେ ସୋନପୁର ମଝିପଡ଼ା ଠାରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି ।WhatsApp Image 2022 11 05 at 11.21.37 କାଳୀ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

କାଳୀ ପୂଜା ଅବସରରେ ଲୋଇସିଂହା ଠାରେ ଶଙ୍କର ବେହେରା ଓ ସାଥି ଟ୍ରୁପ କଳାକାର ଙ୍କ ସମ୍ବଲପୁରୀ ମେଲୋଡି ସଂଗୀତ ସାଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମ କୁ ସୁବର୍ଣ୍ଣପୁର ଏଡିଏମ ଜେନେରାଲ ନିଶି ପୁନମ ମିଞ୍ଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସୋନପୁର ଭାରପ୍ରାପ୍ତ ସୋନପୁର ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେର, ମେଜର ସଞ୍ଜୟ ଷଡ଼ଙ୍ଗୀ ଯୋଗଦେଇ କଳାକାର, ଆୟୋଜକ ଓ ଦର୍ଶକ ଙ୍କୁ ଉତ୍ସାହିତ କରିଥିଲେ । ସେହିପରି ଗତ ମାସ ୨୩ ତାରିଖ ରୁ ମିନବଜାର ଓ ୩୧ ତାରିଖ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା ।

ଗତ ୧ ତାରିଖ ରେ ଦଣ୍ଡ ରତ୍ନ ବିପିନ ଜାଲ ଓ ସାଥି ଙ୍କ ଦ୍ୱାରା ଦଣ୍ଡ ନୃତ୍ୟ ଅନୁଷ୍ଠିତ ହୋଇଥିଲା । ଯାହାକୁ କି କମିଟି ର ବରିଷ୍ଠ ସଦସ୍ୟ ମାନେ ଉଦଘାଟନ କରିଥିଲେ । ୨ ତାରିଖ ରେ ପ୍ରାପ୍ତି ଆଚାର୍ଯ୍ୟ ଓ ବିଗ୍ୟାଂଶୀ ବାରିକ ଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ଏହି ସୁନ୍ଦରା କାଣ୍ଡ ପରାୟଣ ଓ ଭଜନ କାର୍ଯ୍ୟକ୍ରମ କୁ ଅବକାରୀ ଅଧିକ୍ଷିକା ସୁମତି ତ୍ରିପାଠୀ ଉଦଘାଟନ କରିଥିଲେ ।WhatsApp Image 2022 11 05 at 11.21.36 କାଳୀ ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗତ କାଲି ର ନୃତ୍ୟ ସଂଗୀତ କାର୍ଯ୍ୟକ୍ରମ କୁ ଡେପୁଟି କଲେକ୍ଟର ଈପସିତା ମିଶ୍ର, ଆରଟିଓ ଅକ୍ଷୟ କୁମାର ଜେନା, ଆଇ ପି ଦୁର୍ୟୋଧନ ରାଉତ, ବିଜେଡି ଯୁବ ନେତା ଅମୀୟ ରଞ୍ଜନ ଦାଶ ଉଦଘାଟନ କରି କୃତି ପ୍ରତିଭା ଙ୍କୁ ପୁରସ୍କୃତ କରିଥିଲେ । ପ୍ରଥମ ସାଂସ୍କୃତିକ ସନ୍ଧ୍ୟାରେ ଦଣ୍ଡରାଜା ଭାବେ ବିପିନ ଜାଲ ଙ୍କୁ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଦ୍ଵିତୀୟ ସନ୍ଧ୍ୟାରେ ଗାୟିକା ପ୍ରାପ୍ତି ଆଚାର୍ଯ୍ୟ ଓ ବିଜ୍ଞାନ୍ସୀ ବାରିକ ଓ ଗୁରୁ ଙ୍କୁ, ତୃତୀୟ ସନ୍ଧ୍ୟା ରେ ଆଇପି ଦୁର୍ୟୋଧନ ରାଉତ ଓ ସମସ୍ତ ବିଚାରକ ଙ୍କୁ ଏବଂ ଆଜି ଚତୁର୍ଥ ସନ୍ଧ୍ୟା ମେଲୋଡି କାର୍ଯ୍ୟକ୍ରମ ରେ ଅତିଥି ଏଡିଏମ ନିଶି ପୁନମ ମିଞ୍ଜ, ଭାରପ୍ରାପ୍ତ ଥାନା ଅଧିକାରୀ କୃଷ୍ଣ ଚନ୍ଦ୍ର ମେହେର, ସୁବେଦାର ମେଜର ସଞ୍ଜୟ ଷଡ଼ଙ୍ଗୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଆସନ୍ତା କାଲି ୫ ତାରିଖ ରେ ସମ୍ବଲପୁର ର ସମ୍ବଲପୁରୀ ନିୟୁ ଶିଳ୍ପୀ ମେଲୋଡି ଏବଂ ୬ ତାରିଖ ରେ ରୁକୁ ସୁନା ଓ ସାଥି ଙ୍କ ଦ୍ୱାରା ମେଲୋଡି କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି l ପୂଜା କମିଟି ର ସଭାପତି ସୁରଜ ସାହୁ, ଉପ ସଭାପତି ବୁବୁନ ନାଏକ, ସମ୍ପାଦକ ପୂରନ ନାଏକ, କୋଷାଧ୍ୟକ୍ଷ ରାଜୀବ ସାହୁ, ଙ୍କ ସମେତ କମିଟି ର ସମସ୍ତ ବରିଷ୍ଠ ଓ କନିଷ୍ଟ ସଦସ୍ୟ ପ୍ରତ୍ୟେକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l